ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଗସ୍ତକୁ ନା କଲେ କମିସନ୍

କୋଲକାତା: ପଶ୍ଚିମବଙ୍ଗର କୁଚବିହାରରେ ଏପ୍ରିଲ ୧୯ ତାରିଖରେ ଲୋକସଭା ପାଇଁ ‌ଭୋଟ୍‌ ଗ୍ରହଣ ହେବାକୁ ଯାଉଥିବା ବେଳେ ସେହିଦିନ ହିଁ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ଉକ୍ତ ଅଞ୍ଚଳ ଗସ୍ତ କାର୍ଯ୍ୟକ୍ରମ ରଖିଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ଭୋଟ୍‌ ଦିନ ଏଭଳି ଗସ୍ତ ନ କରିବା ପାଇଁ ରାଜ୍ୟପାଳଙ୍କୁ ନିର୍ବାଚନ କମିସନ ପରାମର୍ଶ ଦେଇଛନ୍ତି । ଏହାଦ୍ବାରା ଆଦର୍ଶ ଆଚରଣବିଧି ଉଲ୍ଲଂଘନ ହେବ ବୋଲି କମିସନ ଚେତାଇ ଦେଇଛନ୍ତି।ଉକ୍ତ ଅଞ୍ଚଳରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଉକ୍ତଦିନ ରାଜ୍ୟପାଳ ସେଠାକୁ ଯିବାକୁ ସ୍ଥିର କରିଥିଲେ। ତେବେ ଉକ୍ତଦିନର ଗସ୍ତ କାର୍ଯ୍ୟକ୍ରମ ବାତିଲ କରିବାକୁ ନିର୍ବାଚନ କମିସନ ପରାମର୍ଶ ଦେଇଛନ୍ତି। ପୁଲିସ ବାହିନୀ ନିର୍ବାଚନ କାର୍ଯ୍ୟକ୍ରମରେ ନିୟୋଜିତ ଥିବାରୁ ରାଜ୍ୟପାଳଙ୍କ ସୁରକ୍ଷା ପ୍ରତି ଆବଶ୍ୟକ ଧ୍ୟାନ ଦେବା କଷ୍ଟକର ହେବ ବୋଲି କମିସନ ସତର୍କ କରାଇଦେଇଛନ୍ତି।

ସମ୍ବନ୍ଧିତ ଖବର