ତୀରମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

ଆନନ୍ଦପୁର : ଆନନ୍ଦପୁର ସୀମାନ୍ତ ମହୁଲଡ଼ିହା ଥାନା ଧାତିକିଡ଼ିହା ଗ୍ରାମର କାଠିଆ ମଢେଇକୁ ତୀରମାଡ଼ ଘଟଣାରେ ଅଭିଯୁକ୍ତ ସେହି ଗ୍ରାମର ଅଇବନ ଦାସଙ୍କୁ ପୁଲିସ୍ ଗିରଫ କରିଛି। ଗତକାଲି ସକାଳେ ଏକ ଜମିରୁ ମହୁଲ ତୋଳାକୁ କେନ୍ଦ୍ରକରି ଅଇବନ ଠେଙ୍ଗାରେ କାଠିଆଙ୍କୁ ଆକ୍ରମଣ କରିବା ସହିତ ତୀରମାଡ଼ କରିଥିଲେ। କାଠିଆଙ୍କ ବାମ ଜଂଘରେ ତୀର ରହିଥିବାବେଳେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରୁ କଟକ ବଡଡାକ୍ତରଖାନାକୁ ପଠାଯାଇଥିଲା।

ଗତକାଲି ସଂଧ୍ୟାରେ କାଠିଆଙ୍କ ପୁତ୍ରବଧୂ ମିନତି ମଢେଇ ମହୁଲଡ଼ିହା ଥାନାରେ ଏତଲା ଦେଇଥିବାବେଳେ ରାତିରେ ଅଇବନ ପୁଲିସ୍ ନିକଟରେ ଆତ୍ମ ସମର୍ପଣ କରିଥିଲା। ପୁଲିସ୍ କେସ୍ ନମ୍ବର ୧୯/୨୨ରେ ଏକ ମାମଲା ରୁଜୁ କରିବା ସହିତ ଆଜି କୋର୍ଟଚାଲାଣ କରିଥିବା ନେଇ ଥାନା ଅଧିକାରୀ ରଞ୍ଜୁ ହାସନା କୁଲୁ କହିଛନ୍ତି। ସେପଟେ କଟକ ବଡଡାକ୍ତରଖାନାରେ ଅପରେସନ୍ କରାଯାଇ କାଠିଆଙ୍କ ଜଂଘରୁ ତୀର ବାହାର କରାଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର