ରାଜ୍ୟରେ କରୋନାରୁ ଆଜି ସୁସ୍ଥ ହେଲେ ୭୭୩୩ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୦୩

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୭୭୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୦୩ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୬ ହଜାର ୭୯୯ରେ ପହଂଚିଛି ।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୮୦୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଢେଙ୍କାନାଳରୁ ୪୯୯, ବାଲେଶ୍ୱରରୁ ୩୯୩, ମୟୂରଭଂଜରୁ ୩୯୦, ଯାଜପୁରରୁ ୩୮୬, ଅନୁଗୁଳରୁ ୩୮୧ ଓ ପୁରୀରୁ ୩୫୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

 

ଭଦ୍ରକ ଜିଲ୍ଲାରୁ ୨୭୮, ସୁନ୍ଦରଗଡ଼ଗରୁ ୨୬୫, ବୌଦ୍ଧ ଓ ରାୟଗଡ଼ାରୁ ୨୦୯ ଜଣ ଲେଖାଏଁ, ନବରଂଗପୁରରୁ ୧୯୬, କେନ୍ଦ୍ରାପଡ଼ା ଓ କୋରାପୁଟରୁ ୧୮୫ ଲେଖାଏଁ, ବରଗଡ଼ରୁ ୧୮୪, କେନ୍ଦୁଝରରୁ ୧୭୨, କଳାହାଣ୍ଡିରୁ ୧୬୬ ଓ ନୟାଗଡ଼ରୁ ୧୫୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

 

ସେହିପରି ମାଲକାନଗିରିରୁ ୧୨୩, ସମ୍ବଲପୁରରୁ ୧୦୭, ଗଂଜାମରୁ ୯୨, ବଲାଙ୍ଗୀରରୁ ୮୧, ଝାରସୁଗୁଡ଼ାରୁ ୮୦, ସୁବର୍ଣ୍ଣପୁରରୁ ୬୩, ଦେବଗଡ଼ରୁ ୬୨, କନ୍ଧମାଳରୁ ୪୯, ଗଜପତିରୁ ୪୪, ନୂଆପଡ଼ାରୁ ୩୧ ଓ ରାଜ୍ୟପୁଲରୁ ୧୮୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର