ଜମିହରା ଉପେକ୍ଷିତ, କର୍ମନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ପଦ୍ମପୁର : କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଗୋହାଲଡିହି ଅଞ୍ଚଳର ଜମିହରାମାନେ ଉପେକ୍ଷିତ ହୋଇଛନ୍ତି। ସେମାନଙ୍କୁ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲେ ହେଁ ନିଯୁକ୍ତି ମିଳି ନଥିବା ସେମାନେ ଅଭିଯୋଗ କରିଛନ୍ତି।

ଗୋହାଲଡିହି ସାଇଡିଂରୁ ସ୍ଥାନୀୟ ଏମ୍ ଏସ୍ ପି ପ୍ଲାଣ୍ଟକୁ ଖଣିଜ ପଥର ପରିବହନ ହେଉଛି। ବହୁ ବାସିନ୍ଦା କର୍ମନିଯୁକ୍ତି ପାଇଁ ଗୋହାଳଡିହି ରେଲୱେ ସାଇଡିଂ କଲ୍ୟାଣ ପରିଷଦ ପକ୍ଷରୁ ଦାବି ହୋଇ ଆସୁଛି। ଆଜି ପର୍ଯ୍ୟନ୍ତ ଜମିହରାମାନେ ପ୍ରତାରଣାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ଏମାନେ ୨୦୨୦ ମସିହାରେ ନିଜର ହକ୍ ପାଇଁ ଆନ୍ଦୋଳନ କରିଥିଲେ। ସେତେବେଳେ ଆନ୍ଦୋଳନ ବେଳେ ପୁଲିସ୍ ଲାଠିଚାଳନା କରିଥିଲା। ଅନେକ ଆହତ ହୋଇଥିଲେ। ସେମାନଙ୍କ ଭିତରୁ କେତେକ ଗୁରୁତର ବି ହୋଇଥିଲେ। କୌଣସି ଉପାୟ ନପାଇ ସ୍ଥାନୀୟ ଜମିହରା ଓଏଚ୍ ଆରସିର ଦ୍ବାରସ୍ଥ ହେବା ପରେ ଜମିହରାଙ୍କ ପକ୍ଷରୁ ପ୍ରଦୀପ୍ତ ନାଏକ ଏହି ମାମାଲାକୁ ପରିଚାଳନା କରିଥିଲେ। ଓଏଚ୍ଆରସି ୨୦୨୩ ମେ ୧୨ତାରିଖରେ କେନ୍ଦୁଝର ଜିଲ୍ଲାପାଳ ଓ ଜିଲ୍ଲାଶ୍ରମ ଉପନିର୍ଦ୍ଦେଶକ ଓଏମ୍ଏସ୍‌ପି କାରଖାନା କର୍ତ୍ତୃପକ୍ଷ ଏବଂ ଗୋହାଲଡିହି ରେଲୱେ ସାଇଡିଂର ସଦସ୍ୟମାନେ ବସି ୨ ମାସ ମଧ୍ୟରେ ଏହାର ଆପୋସ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏହା ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଦ୍ବାରା କୌଣସି ପ୍ରକାର ସମାଧାନ ହୋଇପାରିଲା ନାହିଁ। ଫଳରେ ଆଜି ଓଏଚ୍ଆରସିର ରାଜ୍ୟ ଉପସଭାପତି ଓ ଗୋହାଲଡିହି ରେଲୱେ ସାଇଡିଂ କଲ୍ୟାଣ ପରିଷଦର ଶତାଧିକ ସଦସ୍ୟ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପହଞ୍ଚିଥିଲେ। ଜିଲାପାଳଙ୍କ ଅନୁପସ୍ଥିତି ଯୋଗୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏହାର ଶୀଘ୍ର ସମାଧାନ ପାଇଁ ଜମିହରାମାନେ ଲିଖିତ ଅଭିଯୋଗ କରିଥିଲେ।

ଗୋହାଲିଡିହି ରେଲୱେ ସାଇଡିଙ୍ଗ କଲ୍ୟାଣ ପରିଷଦ ସଭାପତି ନବଘନ ମାଝୀ, ଉପସଭାପତି ଶ୍ୟାମଦାସ ମାଝୀ, ସମ୍ପ‍ାଦକ ଟୁବଲୁ ମାଝୀ, ଉପସଂମ୍ପାଦକ ମୁକୁନ୍ଦ ମାଝୀ, ଟ୍ରେଜେରି ରାମଚନ୍ଦ୍ର ମୁଣ୍ତା, ସଦସ୍ୟ ସୁଦର୍ଶନ ମୁଣ୍ତା, ରାବଣ ମାଝୀ, ଦିଲୀପ କୁମାର ମାଝୀ, ଗଙ୍ଗାଧର ମାଝୀ, ସୁକଲାଲ ମାଝୀ, ପରମେଶ୍ବର ମାଝୀ, ଗୋବିନ୍ଦ ମାଝୀ, କୃପାସିନ୍ଧୁ ମାଝୀ, ଯୋଗେନ୍ଦ୍ର ମାଝୀ, ବିଦ୍ୟାଧର ମୁଣ୍ତା, ଗୁରା ମୁଣ୍ତା, ବିଶ୍ବନାଥ ମୁଣ୍ତା, ଜିତ୍ ମୁଣ୍ତା, ବୃନ୍ଦା ମୁଣ୍ତା, ବସନ୍ତ ମୁଣ୍ତା, ମଧୁ ମୁଣ୍ତା, ରଇଦାସ ମୁଣ୍ତା, ମସ ମୁଣ୍ତା, ଈଶ୍ବର ମୁଣ୍ତା, ମିଥୁନ ମୁଣ୍ତା, ଭଲସ ମୁଣ୍ତା ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର