ଆଜି ଠାରୁ ବିଜେପିର ‘ସେବାପକ୍ଷ’

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ତାରିଖରେ ୭୨ ବର୍ଷରେ ପଦାର୍ପଣ କରିବେ। ଏହି ଅବସରରେ ୧୭ ତାରିଖରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ୧୫ ଦିନ ଧରି ବିଜେପି ‘ସେବାପକ୍ଷ’ ପାଳନ କରିବ। ଓଡ଼ିଶାରେ ବିଜେପି ପକ୍ଷରୁ ବିଭିନ୍ନ ସେବାମୂଳକ କାର୍ଯ୍ୟ, ସ୍ବାସ୍ଥ୍ୟ ଶିବିର, ରକ୍ତଦାନ ଶିବିର, କୃତ୍ରିମ ଅଙ୍ଗ ଓ ଉପକରଣ ପ୍ରଦାନ ଏବଂ ପ୍ରଦର୍ଶନୀମାନ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେବ। ୧୭ ଓ ୧୮ ତାରିଖରେ ଯୁବମୋର୍ଚ୍ଚା ଦ୍ବାରା ପ୍ରତ୍ୟେକ ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜନ କରାଯିବ।

ମୋଦୀଜୀଙ୍କ ବ୍ୟକ୍ତିତ୍ବ, ଦୂରଦୃଷ୍ଟି, ନୀତି ଓ ଉପଲବ୍ଧିକୁ ନେଇ ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ବୁଦ୍ଧିଜୀବୀ ପ୍ରକୋଷ୍ଠ ପକ୍ଷରୁ ‘ବୁଦ୍ଧିଜୀବୀ ସମ୍ମିଳନୀ’ ଅନୁଷ୍ଠିତ ହେବ। ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ଶିବିର, ସେପ୍ଟମ୍ବର ୨୨ରୁ ୨୪ ପର୍ଯ୍ୟନ୍ତ ବୃକ୍ଷରୋପଣ ଓ ଜଳ ସଂରକ୍ଷଣ, ୨୩ ଓ ୨୪ରେ ସ୍ବଚ୍ଛତା ଅଭିଯାନ କରାଯିବ। ସେବାପକ୍ଷ ଅବସରରେ ପଣ୍ଡିତ ଦୀନଦୟାଲ ଜୟନ୍ତୀ ମଧ୍ୟ ପାଳନ କରାଯିବ। ସେବାପକ୍ଷର ଅନ୍ତିମ ଦିନ ଅକ୍ଟୋବର ୨ ତାରିଖରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ଅବସରରେ ବାପୁଙ୍କ ସିଦ୍ଧାନ୍ତ, ସ୍ବଦେଶୀ, ଖଦୀ, ସରଳତା ଓ ସ୍ବଚ୍ଛତା ସମ୍ପର୍କରେ ସମସ୍ତଙ୍କୁ ଜାଗରଣ କରିବା ପାଇଁ ଅଭିଯାନ କରାଯିବ ବୋଲି ‘ସେବାପକ୍ଷ’ର ରାଜ୍ୟ ସଂଯୋଜକ ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର