ଗଞ୍ଜାମ ଜିଲ୍ଲାରେ ବ୍ୟାପୁଛି କରୋନା ମହାମାରୀ : ପାଞ୍ଚ ଦିନରେ ଗଞ୍ଜାମ ଟପର୍‌

ଭୁବନେଶ୍ବର/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ପରି ବ୍ୟାପିବାରେ ଲାଗିଛି। ଗତ ଦେଢ଼ ମାସ ଭିତରେ ଜ‌ଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନ ଥିବା ଗଞ୍ଜାମ ଜିଲ୍ଲା ପାଞ୍ଚ ଦିନ ମଧ୍ୟରେ ରାଜ୍ୟରେ ସଂକ୍ରମିତ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛି।

ଗତ ମାର୍ଚ୍ଚ ମାସରୁ ଗଞ୍ଜାମ ଜିଲ୍ଲାରେ କରୋନା ନିୟନ୍ତ୍ରଣରେ ରହିଥିଲା। ଏପ୍ରିଲ ୨୮ତାରିଖରୁ ସୁରତ ଫେରନ୍ତାଙ୍କ ଘର ବାହୁଡ଼ା ପରେ ଜିଲ୍ଲାରେ କରୋନା ଖାତା ଖୋଲିଥିଲା। ଗତ ୨ ତାରିଖରେ ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ୪ ଓ ୫ ତାରିଖରେ ଜଣେ ଲେଖାଏଁ ଚିହ୍ନଟ ହୋଇଥିଲେ। ୬ ତାରିଖରେ ୧୭, ୭ ତାରିଖରେ ୨୬ ଓ ଆଜି ୨୪ଜଣ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗର ୱେବ୍‌ସାଇଟ୍‌ରେ ଉଲ୍ଲେଖ ରହିଛି। ସଂକ୍ରମିତ ଚିହ୍ନଟ ହୋଇ ନ ଥିବା ଦିନକୁ ବାଦ୍ ଦେଲେ ଗତ ୫ଦିନ ଭିତରେ ଗଞ୍ଜାମ ଜିଲ୍ଲାରେ ୭୧ଜଣଙ୍କୁ ଚିହ୍ନଟ କରା‌ଯାଇଛି। ଯାହାକି ଉଭୟ ଜିଲ୍ଲା ଓ ରାଜ୍ୟର ଚିତ୍ରକୁ ସଂପୂର୍ଣ୍ଣ ବଦଳାଇ ଦେଇଛି। ଯାଜପୁର ଜିଲ୍ଲାରେ ୫୫ ଓ ଖୋର୍ଧା ଜିଲ୍ଲାରେ ୫୦ଜଣ ସଂକ୍ରମିତ ଚିହ୍ନଟ ହୋଇ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର