ମୁଣ୍ଡଗଣ୍ଡି ଅଲଗା ହୋଇଥିବା ଏକ ବର୍ଷୀୟା ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର: ନରବଳି ସନ୍ଦେହ

ବ୍ରହ୍ମପୁର: ରେଳ ପୋଲ ତଳୁ ମୁଣ୍ଡଗଣ୍ଡି ଅଲଗା ହୋଇଥିବା ଏକ ବର୍ଷୀୟା ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର ହୋଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହା ଏକ ନରବଳି ବୋଲି ସନ୍ଦେହ କରାଯାଉଛି । ଏଭଳି ଘଟଣା ଘଟିଛି ଗଞ୍ଜାମ ଥାନା ଅଞ୍ଚଳରେ। ବଡ଼ଶଙ୍କର ଖାରିନାଳ ନିକଟସ୍ଥ ରେଳ ପୋଲତଳୁ ଏକ ବର୍ଷ ଶିଶୁ କନ୍ୟାର ମୁଣ୍ଡଗଣ୍ଡି ଅଲଗା ହୋଇଥିବାର ଦେଖିବାକୁ ମିଳିଛି।

କେହି ଶିଶୁ କନ୍ୟାକୁ ହତ୍ୟା କରି ରେଳଧାରଣା ଉପରେ ରଖି ଦେଇଥିବାର ଅନୁମାନ କରାଯାଉଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର