ଯୁବକର ମୃତଦେହ ଉଦ୍ଧାର

ଯୋଡା: କେନ୍ଦୁଝର ଜିଲ୍ଲା ଯୋଡାସ୍ଥିତ ଝୁମ୍ପୁଡି ହାଟିଂ ନିକଟ ଏକ ଦୋକାନ ବ।ରଣ୍ଡାରୁ ଆଜି ପୁଲିସ ଜଣେ ଯୁବକର ମୃତଦେହ ଉଦ୍ଧାର କରିଛି । ଯୁବକ ଜଣଙ୍କର ନାମ ରାହୁଲ ସର୍ଦ୍ଦାର (୨୩) ବୋଲି ଜଣାପଡିଥିବା ବେଳେ ତାଙ୍କ ଘର ନିକଟସ୍ଥ କୁନ୍ଦୁରୁନାଲାରେ। ମିଳିଥିବା ସୂଚନା ଅନୁଯାୟୀ ମୃତ ରାହୁଲ ବିଭିନ୍ନ ଦୋକାନ ବୁଲି ସଫେଇ କାର୍ଯ୍ୟ କରି ଗୁଜୁରାଣ ମେଣ୍ଟାଉଥିଲେ । ସେ ଆଜି ସକାଳୁ ସକାଳୁ ସେ ସଫେଇ କରିବାକୁ ଯାଇଥିବା ବେଳେ ହଠାତ ସେ ତଳେ ପଡିଯାଇଥ ଅସୁସ୍ଥ ହୋଇପଡିୟହିଲେ ଏବଂ କିଛି ସମୟ ପରେ ତାଙ୍କର ପ୍ରାଣ ବାୟୁ ଉଡିଯାଇଥିଲା । ଖବର ପାଇ ଯୋଡ଼ା ପୁଲିସ ମୃତ ଦେହକୁ ଉଦ୍ଧାର କରି ଏକ ଅପମୃତୁ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର