ସୋର ଉପକାରାଗାରରେ କଏଦୀଙ୍କ ମୃତ୍ୟୁ

ବାଲେଶ୍ବର/ସୋର : ସୋର ଉପକାରଗାରରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଚାପା ଉତ୍ତେଜନା ଦେଖା ଦେଇଥିଲା। ମୃତ କଏଦୀଜଣକ ହେଲେ ନାୟକାଣିଡ଼ିହି ଥାନା ଅଧୀନ ବାଲିମେଦ ପଞ୍ଚାୟତ ଅପର୍ତ୍ତିପୁର ଗ୍ରାମର ସବେର୍ଶ୍ବର ଦାସଙ୍କ ପୁଅ କମଳାକାନ୍ତ(୨୭)। ମଙ୍ଗଳବାର ବିଳମ୍ବିତ ରାତିରେ କମଳାକାନ୍ତ ବେକରେ ଗାମୁଛା ଦେଇ ଗ୍ରିଲ ଗେଟରେ ଝୁଲି ପଡ଼ିଥିବା ଦେଖି ଜେଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା ନେଇଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ, ତାଙ୍କୁ ହତ୍ୟା କରାଯାଇଥିବା କହି ପରିବାର ଲୋକ ଓ ସମ୍ପର୍କୀୟ କାରାଗାର ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ ସହ ତାଙ୍କ ପରିବାରକୁ ନ୍ୟାୟ ଦିଆଯାଉ ବୋଲି ସେମାନେ ଦାବି କରିଥିଲେ। ଉତ୍ତ୍ୟକ୍ତ ଲୋକେ ଶବ ବ୍ୟବଚ୍ଛେଦ ପାଇଁ ଛାଡ଼ି ନଥିଲେ। ସକାଳ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା। ସ୍ଥାନୀୟ ମାଜିଷ୍ଟ୍ରଟ୍‌ ହସ୍ତକ୍ଷେପ କରି ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ସମ୍ବନ୍ଧିତ ଖବର