୬୦ ହଜାର ଟଙ୍କା ଭତ୍ତାରେ ଅସ୍ଥା‌ୟୀ ଓକିଲ ନିଯୁକ୍ତ କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗରେ ବଢ଼ୁଛି କୋର୍ଟ ଅବମାନନା ମାମଲା। ବିଶେଷକରି ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ପାଳନ ନ ହେବା କାରଣରୁ ସରକାର ଓ ବିଭାଗକୁ ବାରମ୍ବାର ଅପଦସ୍ତ ହେବାକୁ ପଡ଼ୁଛି। ସରକାର ଓ ହାଇକୋର୍ଟ ଭିତରେ ଉତ୍ତମ ତାଳମେଳ ରଖିବା ଉଦ୍ଦେଶ୍ୟ ଉଚ୍ଚଶିକ୍ଷା ବିଭାଗ ହାଇକୋର୍ଟର ଆଇନଜୀବୀ ଅର୍ଣ୍ଣବ ବେହେରାଙ୍କୁ ମାସିକ ୬୦ ହଜାର ଟଙ୍କା ଭତ୍ତାରେ ଅସ୍ଥାୟୀ ଭାବେ କନସଲଟାଣ୍ଟ୍‌ ଆଡଭୋକେଟ୍‌ ଭାବେ ଯୁକ୍ତି ଦେଇଛି। ଗୃହ ବିଭାଗ ପକ୍ଷରୁ ସହକାରୀ ବିଧି ଅଧିକାରୀ ପଦବି ପୂରଣ ନ ହେବା ଯାଏ ଏହି କାମଚଳା ଆଡଭୋକେଟ୍‌ କୋର୍ଟ ଅବମାନନା ସଂକ୍ରାନ୍ତ ମାମଲାଗୁଡ଼ିକରେ ବିଭାଗକୁ ସହଯୋଗ କରିବେ। ତେବେ ଶ୍ରୀ ବେହେରାଙ୍କ କାର୍ଯ୍ୟକାଳ ୧ ବର୍ଷ ପାଇଁ ବଳବତ୍ତର ରହିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ସମ୍ବନ୍ଧିତ ଖବର