ଖଡ଼ିଆଶୋଳ ଗ୍ରାମର ପାନୀୟ ଜଳସଂଙ୍କଟ ଦୂର ପାଇଁ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କୁ ଦାବି

ରାଇରଙ୍ଗପୁର: ତାତି ବଢିଆ ସହ ବିଭିନ୍ନ ଗ୍ରାମରେ ପାନୀୟ ଜଳ ସଂକଟ ଦେଖାଦେଇଛି। ସରକାର ଘର ଘର ପିଇବା ପାଣି ବ୍ୟବସ୍ଥା କରୁଥିବାବେଳେ ମୟୂରଭଞ୍ଜ ଜିଲ୍ଲା ଵିଜାତଳା ବ୍ଳକର‌ ଵିଜାତଳା ପଞ୍ଚାୟତର ଖଡିଆଶୋଳ ଗ୍ରାମରୁ ଆଜିଯାଏଁ ସ୍ଥାୟୀ ଜଳ ସମସ୍ୟା କରାଯାଇ ପାରି ନାହିଁ। ଦୀପ ତଳ ଅନ୍ଧାର ଭଳି ବ୍ଳକ୍ ସଦର ମହକୁମା ପଞ୍ଚାୟତରେ ଜଳ ସଙ୍କଟ ଦେଖା ଦେଇଛି। ଏହି ଗ୍ରାମରେ ୫୦୦ରୁ ଊର୍ଦ୍ଧ୍ବ ଲୋକେ ବସବାସ କରନ୍ତି। ଗାଁରେ ଥିବା ଅଧିକାଂଶ ନଳକୂପ ଅଚଳ। ଗ୍ରାମ ପୋଖରୀ ଶୁଖିବାକୁ ବସିଲାଣି। ଲୋକେ ଶୌଚ, ଗାଧୋଇବା, ଲୁଗା କିଣିବା, ଗୋରୁଗାଈଙ୍କୁ ଧୋଇବା କାମ କରିବାରେ ଅସୁବିଧାରେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।
ଅନ୍ୟ ଗ୍ରାମକୁ ଯାଇ ପିଇବା ପାଣି ଆଣୁଛନ୍ତି। ବ୍ଳକ ପ୍ରଶାସନକୁ ଜଣାଇଲେ ମଧ୍ୟ ସୁଫଳ ପାଇଁ ପାରୁ ନାହାଁନ୍ତି। ବାଧ୍ୟ ହୋଇ ଆଜି ଖଡ଼ିଆଶୋଳ ଗ୍ରାମବାସୀ ରାଇରଙ୍ଗପୁରରେ ବାମନଘାଟୀ ଉପଜିଲ୍ଲାପାଳଙ୍କୁ ଜଳ ସମସ୍ୟା ସମାଧାନ ପାଇଁ ଗୁହାରି କରିବା ସହ ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଯଦି ପ୍ରଶାସନ ଏହାର ସମାଧାନ ନ କରନ୍ତି ଆଗାମୀ ଦିନରେ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବେ ଯେଉଁଥିପାଇଁ ପ୍ରଶାସନ ଦାୟୀ ରହିବେ।
ସମ୍ବନ୍ଧିତ ଖବର