ଧରାପଡ଼ୁନି ମଣିଷମରା ଦନ୍ତା

ଛେଣ୍ଡିପଦା : ଛେଣ୍ଡିପଦା ବ୍ଲକ୍‌ରେ ପୁଣି କିଛିଦିନ ହେଲା ଉତ୍ପାତ ଚଳାଇଥିବା ମଣିଷ ମରା ଦନ୍ତାହାତୀକୁ କାବୁ କରିବା ପାଇଁ ନିଶ୍ଚେତକ ଟିମ୍‌ ପହଞ୍ଚିଛନ୍ତି। ସେମାନେ ପିଛା କରିଥିଲେ ମଧ୍ୟ ହାତୀ ଗୋଟିଏ ସ୍ଥାନରୁ ଅନ୍ୟ ଜାଗାକୁ ଖସିଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଏ ହାତୀ ପ୍ରାୟ ୭ ବର୍ଷ ମଧ୍ୟରେ ଛେଣ୍ଡିପଦା, ଜରପଡ଼ା, ହଣ୍ଡପା, ରେଢ଼ାଖୋଲ, ଦେବଗଡ଼ ରେଞ୍ଜରେ ୩୧ ଜଣଙ୍କ ଜୀବନ ନେଲାଣି। ତାକୁ କାବୁ କରିବା ପାଇଁ ବନ ବିଭାଗ ପକ୍ଷରୁ ୪ ଥର ଉଦ୍ୟମ ହୋଇଥିଲେ ମଧ୍ୟ ଧରିବା ସମ୍ଭବ ହୋଇନାହିଁ। ଗତକାଲି ରାତିରୁ ଡିଏଫ୍‌ଓ କାର୍ତ୍ତିକ ଭିଙ୍କ ତତ୍ତ୍ୱାବଧାନରେ ନିଶ୍ଚେତକ ଦଳ ହାତୀର ପିଛା କରି ବିଫଳ ହୋଇଛନ୍ତି।

ସମ୍ବନ୍ଧିତ ଖବର