ଘର ଭାଙ୍ଗିଲା ଗୋଠଛଡ଼ା ଦନ୍ତା

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଖୁଣ୍ଟାପଡ଼ା ଗ୍ରାମରେ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ଗତକାଲି ଭୋର ୪ଟାବେଳେ ଗାଁରେ ପଶି ବିଭୂତି ପ୍ରଧାନଙ୍କ ଚାଳଛପର ଘର ଭାଙ୍ଗି ଧାନବିହନ ଖାଇଦେଇଛି। ଲୋକେ ଟର୍ଚ୍ଚ ଲାଇଟ୍ ପକାଇବା ସହ ପାଟିତୁଣ୍ଡ କରି ଘଉଡ଼ାଇବାକୁ ଚେଷ୍ଟା କଲେ ମଧ୍ୟ ସହଜରେ ଦନ୍ତାଟି ଯାଉନାହିଁ।

ସକାଳେ ହାତୀଟି ନିକଟସ୍ଥ ସମାକୋଇ ସଂରକ୍ଷିତ ଜଙ୍ଗଲକୁ ଚାଲି ଯାଇଥିଲା। ବନ ବିଭାଗ ପକ୍ଷରୁ ଦନ୍ତାର ଗତିବିଧି ଉପରେ ନଜର ରଖିବା ସହ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର