ଆଜିଠୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ: ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ

ଭୁବନେଶ୍ବର: ଦେଶରେ ଚତୁର୍ଥ ପର୍ଯ୍ୟାୟ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ମେ’ ୧୩ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତା କାଲି ବିଜ୍ଞପ୍ତି ପ୍ରକାଶ ପାଇବ। ଏଥିସହିତ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ। ଏହା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୬ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ୍‌ ଓ ୨୯ ତାରିଖରେ ପ୍ରତ୍ୟାହାର କରାଯିବ। ପ୍ରଥମ ପର୍ଯ୍ୟାୟରେ ୪ଟି ସଂସଦୀୟ କ୍ଷେତ୍ର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସମେତ ଏହା ଅଧୀନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ହେବ। ଏଥି ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ‌ଶେଷ ହୋଇଛି। ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ମଧ୍ୟରୁ ବିଜେଡି ସବୁ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ବିଜେପିର କେବଳ ଜୟପୁର ଆସନ ବାକି ରହିଛି। ସେହିପରି କଂଗ୍ରେସ ଗୋପାଳପୁର ଓ ଛତ୍ରପୁର ଆସନରେ ଏ ଯାଏ ପ୍ରାର୍ଥୀ ଘୋଷଣା କରିନି।

ସମ୍ବନ୍ଧିତ ଖବର