ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ କୌଶିକ

ବା‌ରିପଦା/ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ, ମହୁଲଡ଼ିହାର ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ର କୌଶିକ କୁମାର ହୋତା ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ର ଅଧିକାରୀ ହୋଇଛନ୍ତି। ସେ ଲେଖିଥିବା ପୁସ୍ତକ ‘ଟିକିତାରା’ ପାଇଁ ଏହି ସ୍ବୀକୃତି ପାଇଛନ୍ତି।

କୌଶିକ ଲେଖିଥିବା ପୁସ୍ତକଟି ଆଇଏସ୍‌ବିଏନ୍‌ପ୍ରାପ୍ତ ଓ ରାଜା ରାମମୋହନ ରାୟ ଜାତୀୟ ପାଠାଗାର ଦ୍ବାରା ଆଦୃତ ହୋଇଛି। ପୁସ୍ତକଟିକୁ ପଢ଼ି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ବାଳ ପ୍ରେରଣାଦାୟୀ ବାର୍ତ୍ତା ଦେଇଛନ୍ତି। କୌଶିକଙ୍କ ଏହି ସଫଳା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନା ଥାଉକି କୌଶିକ ପିଲାଟି ଦିନୁ ବିଭିନ୍ନ ପତ୍ରପତ୍ରିକାରେ ଲେଖି ଆସୁଛନ୍ତି।

ସମ୍ବନ୍ଧିତ ଖବର