ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚେମେଣା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କେନ୍ଦୁଝର ନିକଟ ଶଙ୍କରପୁର ଗ୍ରାମର ସଞ୍ଜୟ କୁମାର ମହାନ୍ତ (୨୧)।

ସଞ୍ଜୟ ତୁରୁମୁଙ୍ଗା ଆଡ଼ୁ କେନ୍ଦୁଝର ଅଭିମୁଖେ ବାଇକ୍‌ରେ ଯାଉଥିବା ବେଳେ ଚେମେଣାଠାରେ ଭାରସାମ୍ୟ ହରାଇ ଜାତୀୟ ରୋଡ ଡିଭାଇଡରରେ ପିଟି ହୋଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର