ରାଣୀ ମହୁମାଛି ଦିଦିର ତିନି ଦଲାଲକୁ ଗିରଫ କରି ପଚରାଉଚରା କରୁଛି ପୁଲିସ

ଭୁବନେଶ୍ୱର: ବାଂଲାଦେଶୀ ଯୁବତୀ ଉଦ୍ଧାର ହୋଇଥିବା ଘଟଣାରେ ପୁଲିସ ରାଣୀ ମହୁମାଛି ଦିଦିର ତିନି ଦଲାଲକୁ ଗିରଫ କରି ପଚରାଉଚରା କରୁଛି ପୁଲିସ । ଏହି ସହଯୋଗୀମାନେ ଦିଦିଙ୍କ କଥାରେ ବାଂଲାଦେଶୀ ଯୁବତୀଙ୍କୁ ଓଡ଼ିଶା ଆଣିବାରେ ସାହାଯ୍ୟ କରୁଥିଲେ | ଗତକାଲି ଭୁବନେଶ୍ୱରରୁ ବାଂଲାଦେଶୀ ଯୁବତୀଙ୍କୁ ଉଦ୍ଧାର କରିଥିଲା ଏସଟିଏଫ । ଏହାସହ ୨ ମାଷ୍ଟରମାଇଣ୍ଡ ଇବ୍ରାହିମ୍ ଓ ଅଂଜଳୀ ମଧ୍ୟ ଗିରଫ ହୋଇଥିଲେ । ସେକ୍ସ ରାକେଟ ଚାଲିଥିବା ସନ୍ଦେହ କରି ଏସଟିଏଫ ଚଢାଉ କରିଥିଲା । ଶ୍ରୀଲିଙ୍ଗରାଜ ଥାନା ଅଂଚଳରେ ୮ ଜଣ ବାଂଲାଦେଶୀ ଯୁବତୀ ଥିବା କୌଣସି ସୂତ୍ରରୁ ଖବର ପାଇଥିଲା କମିସନରେଟ ପୁଲିସ । ଏହାପରେ କମିସରେଟ ପୁଲିସର ଏସଟିଏଫ ଟିମ୍ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଚଢାଉ କରି ୬ ଜଣ ବାଂଲାଦେଶୀ ଯୁବତୀଙ୍କୁ ଉଦ୍ଧାର କରିଥିଲା ।

କିଛି ଗ୍ରାହକଙ୍କୁ ମଧ୍ୟ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ଏଥିସହ ଦେହବେପାରର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଇବ୍ରାହିମ୍ ଓ ଅଂଜଳିକୁ କମିସନରେଟ ପୁଲିସ ଗିରଫ କରିଥିଲା । ଏକ ଘରେ କୋଚିଂ ସେଣ୍ଟରର ବୋର୍ଡ ମରା ଯାଇଥିବା ବେଳେ ସେଠାରେ ବାଂଲାଦେଶୀ ଝିଅମାନେ ରହୁଥିବା ଜଣାପଡ଼ିଛି। ଘରମାଲିକଙ୍କୁ କୁହାଯାଇଥିଲା କି ସିଲେଇ ଶିଖୁଥିବା ଓ ନର୍ସିଂ ପଢ଼ୁଥିବା ଦୁଇ ଜଣ ଝିଅ ଏଠାରେ ରହି‌‌ବେ। ତେବେ ଝିଅମାନେ ବାଂଲାଦେଶୀ ଓ କେଉଁ ପ୍ରକାର କ‌ାର୍ଯ୍ୟରେ ଲିପ୍ତ ତାହା ଘରମାଲିକଙ୍କୁ ଜଣାନାହିଁ।

ସେହିପରି ସ୍ଥାନୀୟ ଲୋକ ମଧ୍ୟ ତାଙ୍କ ପଡ଼ିଶା ଘରେ ସେକ୍ସ ରାକେଟ୍ ଚାଲୁଥିବା ଜାଣିପାରି ନଥିଲେ। ପ୍ରଥମେ ଲକ୍ଷ୍ମୀସାଗର ଅଂଚଳରେ ଏକ ଯୁବତୀଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ପରେ ତନାଘନା ଆରମ୍ଭ ହୋଇଥିଲା । ଯୁବତୀ ଜଣକ ବାଂଲାଦେଶର ବୋଲି ସୂଚନା ମିଳିଥିଲା । ଜଣେ ମହିଳା ଯାହାକୁ ଦିଦି ବୋଲି ଯୁବତୀ ଜଣକ ସମ୍ବୋଧନ କରୁଥିଲେ, ତାଙ୍କୁ ପୁଲିସ ଖୋଜିଥିଲା । ବାଂଲାଦେଶରୁ ଦେହ ବ୍ୟବସାୟ ପାଇଁ ଯୁବତୀଙ୍କୁ ଅଣାଯାଇଥିବା ସନ୍ଦେହ ଦୃଢ଼ ହୋଇଥିଲା ।

ସମ୍ବନ୍ଧିତ ଖବର