ସୁପ୍ରିମକୋର୍ଟରେ ଜାନୁଆରି ଦ୍ୱିତୀୟ ସପ୍ତାହରେ ଶ୍ରୀମନ୍ଦିର ମାମଲାର ପରବର୍ତ୍ତୀ ଶୁଣାଣି

ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମଙ୍କ ଆବେଦନ ଗୃହୀତ, ଖୁବ୍‌ ଶୀଘ୍ର ନୂଆ ଆମିକସ୍‌ କ୍ୟୁରଙ୍କୁ ନିଯୁକ୍ତି ଦେବେ ସୁପ୍ରମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଚାଲିଥିବା ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାର ଶୁଣାଣିକୁ ମାନ୍ୟବର କୋର୍ଟ ୨୦୧୯ ମସିହା ଜାନୁଆରି ଦ୍ୱିତୀୟ ସପ୍ତାହକୁ ଘୁଞ୍ଚାଇ ଦେଇଛନ୍ତି। ସେହିପରି ଖବୁ୍‌ ଶୀଘ୍ର ଶ୍ରୀମନ୍ଦିର ସଂସ୍କାର ନେଇ ନୂଆ ଆମିକସ କ୍ୟୁରି ନିଯୁକ୍ତି କରାଯିବ ବୋଲି ଆଜି ସୁପ୍ରିମକୋର୍ଟର ବେଞ୍ଚ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିର ଅବ୍ୟବସ୍ଥା ମାମଲାରେ କୋର୍ଟଙ୍କୁ ସହଯୋଗ କରିବା ପାଇଁ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ୍‌ଙ୍କୁ ଗତ ଜୁନ୍‌ ୬ ତାରିଖରେ ନିଯୁକ୍ତ ଦେଇଥିଲେ। ଶ୍ରୀମନ୍ଦିରର ସଂସ୍କାର ନେଇ ପୁରୀ ଜିଲ୍ଲା ଜଜ୍‌ଙ୍କ ରିପୋର୍ଟ, କେନ୍ଦ୍ର ସରକାରଙ୍କ ରିପୋର୍ଟ, ଶ୍ରୀମନ୍ଦିର ପରିଦର୍ଶନ କରିବା ସହିତ ସେବାୟତ ଓ ଅନମନ୍ଦିର ପରିଚାଳାନା ସହିତ ସମ୍ପର୍କିତ ବ୍ୟକ୍ତିମାନଙ୍କ ସହିତ ବିଚାରବିମର୍ଶ କରି କୋର୍ଟଙ୍କୁ ରିପୋର୍ଟ ଦେବା ପାଇଁ ସୁପ୍ରମକୋର୍ଟ ଆମିକସ କ୍ୟୁରି ଶ୍ରୀ ସୁବ୍ରମଣ୍ୟମଙ୍କୁ କହିଥିଲେ।

ତେବେ ଆଜି ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଥିବାବେଳେ ନିଜର କେତେକ ବ୍ୟକ୍ତିଗତ ଅପରିହାର୍ଯ୍ୟ କାରଣ ପାଇଁ ଶ୍ରୀ ସୁବ୍ରମଣ୍ୟମ୍‌ ଏହି ମାମଲାରେ ଆମିକସ୍‌ କ୍ୟୁରି ଭାବେ ଆଉ କାର୍ଯ୍ୟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରେଜିଷ୍ଟ୍ରାରକୁ ଗତ ୨୫ ତାରିଖରେ ଜଣାଇ ଦେଇଥିଲେ। ତେଣୁ ଆଜି ସୁପ୍ରମକୋର୍ଟ ଶ୍ରୀ ସୁବ୍ରମଣ୍ୟମଙ୍କ ଆବେଦନକୁ ଗ୍ରହଣ କରିବା ସହିତ ଖୁବ୍‌ ଶୀଘ୍ର ନୂତନ ଆମିକସ କ୍ୟୁରି ନିଯୁକ୍ତି କରାଯିବ ବୋଲିି ଘୋଷଣା କରିଛନ୍ତି। ନୂତନ ଆମିକ୍‌ସ କ୍ୟୁରି ନିଯୁକ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିର ସଂସ୍କାର ମାମଲାର ପରବର୍ତ୍ତୀ ଶୁଣାଣିକୁ ଦେଢ଼ ମାସ ଯାଏ ଘଞ୍ଚାଇ ଦେଇଛନ୍ତି। ଆସନ୍ତା ଜାନୁଆରି ୨ୟ ସପ୍ତାହରେ ଏହି ମାମଲାର ପରବର୍ତ୍ତ ଶୁଣାଣି ହେବ ବୋଲି ସୁପି୍ରମ୍‌କୋର୍ଟ ଜଣାଇଛିନ୍ତି।

ସମ୍ବନ୍ଧିତ ଖବର