ମାଓ ପୋଷ୍ଟର ଲାଗିଥିବା ସ୍ଥାନରେ ଲ୍ୟାଣ୍ଡମାଇନ ବିସ୍ପୋରଣ, ଜଣେ ଯୁବକ ମୃତ

ଫୁଲବାଣୀ: ମାଓ ପୋଷ୍ଟର ଲାଗିଥିବା ସ୍ଥାନରେ ଲ୍ୟାଣ୍ଡମାଇନ ବିସ୍ପୋରଣ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି | କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସାଡ଼ିଙ୍ଗିଆ କିଆମୁଣ୍ଡା ଗ୍ରାମ ନିକଟରେ ଏହି ବିସ୍ପୋରଣ ଘଟିଛି | ଗତକାଲି ମାଓବାଦୀମାନେ ସେହି କିଆମୁଣ୍ଡାରେ ରାସ୍ତା କାମରେ ନିୟୋଜିତ ଥିବା ଦୁଇଟି ଜେସିବି ଗାଡ଼ିକୁ ନିଆଁ ଲଗାଇ ପୋଡ଼ିଦେବା ସହିତ ବିଭିନ୍ନ ଜାଗାରେ ମାଓ ପୋଷ୍ଟର ଏବଂ ଲାଲ ବ୍ୟାନର ଲଗାଇଥିଲେ |

ଆଜି ସେହି ବ୍ୟାନର ନିକଟରେ ଲ୍ୟାଣ୍ଡମାଇନ ବିସ୍ପୋରଣ ଘଟି କିଆମୁଣ୍ଡା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି | ମୃତ ଯୁବକଙ୍କ ନାମ ପ୍ରିୟ ରଞ୍ଜନ କହଁର | ତାଙ୍କର ବୟସ ପ୍ରାୟ ୨୦ ବର୍ଷ ହେବ ବୋଲି ଜଣାପଡ଼ିଛି | ତେବେ ଘଟଣାସ୍ଥଳରେ ବର୍ତ୍ତମାନ ସୁଦ୍ଧା ପୁଲିସ ପହଞ୍ଚିନଥିବାବେଳେ କିଆମୁଣ୍ଡା ଗ୍ରାମରେ ଭୟର ବାତାବରଣ ରହିଛି | ସେହିପରି କନ୍ଧମାଳର ବାଲିଗୁଡାର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲଗାଯାଇଥିବାବେଳେ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦିଆଯାଇଛି |

ସମ୍ବନ୍ଧିତ ଖବର