୧୦ରେ ରେଡିଓ ଚକ୍‌ଲେଟ୍‌ର ଅଷ୍ଟମ ଷ୍ଟ୍ରିଟ୍‌ଷ୍ଟୋର

ଭୁବନେଶ୍ୱର : ବିଶ୍ୱ ଷ୍ଟ୍ରିଟ୍‌ ଷ୍ଟୋର ଦିବସ ଅବସରରେ ୧୦ ତାରିଖରେ ରେଡିଓ ଚକ୍‌ଲେଟ୍‌ ପକ୍ଷରୁ କଟକର ଶିଖରପୁରରେ ଏକ ଷ୍ଟ୍ରିଟ୍‌ ଷ୍ଟୋରର ଆୟୋଜନ କରାଯାଉଛି। ଏହି ଷ୍ଟ୍ରିଟ୍‌ ଷ୍ଟୋର୍‌କୁ ଗରିବ ବାସହରାମାନେ ଆସି ନିଜ ପସନ୍ଦର ପୋଷାକ ମାଗଣାରେ ସଂଗ୍ରହ କରିପାରିବେ। ସୂଚନାଯୋଗ୍ୟ ଦକ୍ଷିଣ ଆଫ୍ରିକାର କେପ୍‌ଟାଉନରେ ଅନୁଷ୍ଠିତ ହୋଇଥିବା ଷ୍ଟ୍ରିଟ୍‌ ଷ୍ଟୋରରୁ ଅନୁପ୍ରାଣିତ ହୋଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର କାର୍ଯନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରଥମଥର ୨୦୧୫ ସେପ୍ଟେମ୍ବର ୨୧ରେ ଭୁବନେଶ୍ୱରର ହୋଟେଲ ନ୍ୟୁମାରିୟନ୍‌ ସାମ୍ନାରେ ଏପରି ଷ୍ଟୋର ଖୋଲଥିଲା।

ପରେ ଯାଜପୁର, ପୁରୀ, ପଟିଆ, କେନ୍ଦ୍ରାପଡ଼ା, ରାଉରକେଲାରେ ମଧ୍ୟ ଷ୍ଟ୍ରିଟ ଷ୍ଟୋର୍‌ର ଆୟୋଜନ କରାଯାଇଥିଲା। ଏଥିରୁ ବାସହରାମାନେ ମାଗଣା ସପିଂର ନିଆରା ଅନୁଭୂତି ସାଉଁଟିଥିଲେ। ଷ୍ଟ୍ରିଟ୍‌ ଷ୍ଟୋର ପାଇଁ ଆପଣଙ୍କ ନିକଟରେ ଥିବା ବ୍ୟବହାର ଉପଯୋଗୀ ଶାଢ଼ି, ପୋଷାକ, ଶୀତବସ୍ତ୍ର ଓ ପିଲାଙ୍କ ବସ୍ତ୍ର ଆଦି ଡିସେମ୍ବର ୮ ତାରିଖ ସନ୍ଧ୍ୟା ପୂର୍ବରୁ ରେଡିଓ ଚକଲେଟ୍‌, ସମ୍ବାନ ଭବନ, ବି-୨୭ ରସୁଲଗଡ଼, ଭୁବନେଶ୍ୱର କିମ୍ବା ସମ୍ବାଦ ଅଫିସ୍‌, ଲିଙ୍କ୍‌ ରୋଡ, ବାଦାମବାଡ଼ି, କଟକ ଠାରେ ଦାନ କରିପାରିବେ। ଅଧିକ ଜାଣିବା ପାଇଁ ୮୯୦୮୦୨୦୧୦୪ (ଭୁବନେଶ୍ୱର), ୮୬୫୮୫୩୨୪୯୬(କଟକ) ନମ୍ବରରେ ଯୋଗାଯୋଗ କରିପାରିବେ।

ସମ୍ବନ୍ଧିତ ଖବର