ଏବିଭିପିର ପ୍ରାନ୍ତ ସମୀକ୍ଷା ଓ ଯୋଜନା ବୈଠକ: ଆଗାମୀ ଶିକ୍ଷାବର୍ଷ ପାଇଁ ରୋଡ଼ମ୍ୟାପ ପ୍ରସ୍ତୁତ

କୋରାପୁଟ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଓଡିଶା ପ୍ରାନ୍ତର ସମୀକ୍ଷା ଓ ଯୋଜନା ବୈଠକ ସରିଛି। ଆଦିବାସୀ ସଂଗ୍ରହାଳୟରେ ଅନୁଷ୍ଠିତ ବୈଠକରେ ବାର୍ଷିକ ପ୍ରାନ୍ତର ସମୀକ୍ଷା ସମ୍ବନ୍ଧରେ ଆଲୋଚନା କରାଯାଇ ଆଗମୀ ବର୍ଷ ପାଇଁ ରୋଡମ୍ୟାପ ତିଆରି ହୋଇଛି। ଛାତ୍ରଛାତ୍ରୀଙ୍କ ସମସ୍ୟା କିପରି ଦୂର ହେବ ସେଥିନେଇ ରାଜ୍ୟରେ ବଡ଼ ଆନ୍ଦୋଳନ କରିବାକୁ ସ୍ଥିର ହୋଇଛି। ଏଥିସହ ସଂଗଠନକୁ ମଜବୁତ କରିବାକୁ ନିଷ୍ପତ୍ତି ହୋଇଛି। ଏବିଭିପିର ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ଗୋବିନ୍ଦ ନାୟକ ମାର୍ଗଦର୍ଶକ କରିଥିଲେ।

କ୍ଷେତ୍ରୀୟ ସଙ୍ଗଠନ ସମ୍ପାଦକ ଅପାନସୁ ଶେଖର ସିଲ ଉପସ୍ଥିତ ରହି ସଙ୍ଗଠନର ବିଭିନ୍ନ କାର୍ଯ୍ୟପନ୍ଥା ରାଜ୍ୟର ସବୁ କ୍ୟାମ୍ପସରେ ପହଞ୍ଚିବା ନେଇ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଆଗକୁ କ୍ୟାରିୟର କାଉନସେଲିଂ ଏବଂ ପ୍ରତିଦ୍ବନ୍ଦ୍ବିତାମୂଳକ ପ୍ରତିଯୋଗିତା ପାଇଁ ଛାତ୍ରଛାତ୍ରୀଙ୍କୁ ଫ୍ରି  କୋଚିଂ ଦିଆଯିବାକୁ ଯୋଜନା ହୋଇଛି। ରାଜ୍ୟରେ ବନ୍ଦ ଥିବା ଛାତ୍ରସଂସଦ ନିର୍ବାଚନ କେମିତି ହେବ ସେଥିନେଇ ଆଲୋଚନା ହୋଇଛି। ତିନିଦିନ ଧରି ଚାଲୁରହିଥିବା ଏହି ବୈଠକରେ ସାରା ରାଜ୍ୟରୁ ୬୭ ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି, ରାଜ୍ୟ ସଭାପତି ଗାର୍ଗୀ ବାନାର୍ଜୀ, ରାଜ୍ୟ ସଂଗଠନ ସମ୍ପାଦକ ଵୈଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର