ମିଳିଲାନି ଆମ୍ବୁଲାନ୍ସ : ସାଇକଲ୍‌ରେ ଫେରିଲେ ପ୍ରସୂତି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ପୋଖରୀବନ୍ଧ ପଞ୍ଚାୟତ ମେଲଘୁଟୁ ଗ୍ରାମର ପ୍ରସୂତି ନାରୀ ମାଝୀ (୩୫)ଙ୍କୁ ବିଶ୍ୱନାଥପୁର ଡାକ୍ତରଖାନାରେ ଆମ୍ବୁଲାନ୍ସ ନମିଳିବାରୁ ସେ ସାଇକଲରେ ୯ କିଲୋମିଟର ବାଟ ନିଜ ଗାଁକୁ ଫେରିଛନ୍ତି। ଆଉ ପଛେ ପଛେ ନାରୀଙ୍କ ମାଆ ନବଜାତ ଶିଶୁକୁ ଧରି ଚାଲି ଚାଲି ଆସିବାର ଦୃଶ୍ୟ ବୁଦ୍ଧିଜୀବୀମାନଙ୍କୁ ବ୍ୟଥିତ କରିଛି।

ସୂଚନାନୁସାରେ, ମେଲଘୁଟୁ ଗାଁର ମିଣୁ ମାଝୀଙ୍କ ସ୍ତ୍ରୀ ନାରୀ ଘରେ ଏକ ଶିଶୁକୁ ଜନ୍ମ ଦେଇଥିଲେ। ପରେ ସେ ଅସୁସ୍ଥ ହେବାରୁ ତାଙ୍କୁ ବିଶ୍ୱନାଥପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହେବା ପରେ ଘରକୁ ଯିବା ପାଇଁ ୧୦୨ ଆମ୍ବୁଲାନ୍ସକୁ ଅନୁରୋଧ କରିଥିଲେ। ମାତ୍ର ଏଠି ନାହିଁ, ଭବାନୀପାଟଣାରେ ଆମ୍ବୁଲାନ୍ସ ଅଛି ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଥିଲେ। ଫଳରେ ମିଣୁ ସାଇକଲରେ ପତ୍ନୀ ନାରୀଙ୍କୁୁ ବସାଇ ଗଡ଼ାଇ ଗଡ଼ାଇ ୯ କିଲୋମିଟର ଘରକୁ ଫେରିଥିଲେ।

ସମ୍ବନ୍ଧିତ ଖବର