ରଘୁନାଥପଲ୍ଲୀ ନିର୍ବାଚନୀ ମାମଲା: ସାକ୍ଷ୍ୟ ଗ୍ରହଣ ପାଇଁ ହାଜର ଲାଗି ତିନି ଅଧିକାରୀଙ୍କୁ ନିର୍ଦ୍ଦେଶ

କଟକ : ୨୦୧୪ ରଘୁନାଥପଲ୍ଲୀ ବିଧାନସଭା ଆସନ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ଜଗବନ୍ଧୁ ବେହେରାଙ୍କ ପକ୍ଷରୁ ଦାୟର ନିର୍ବାଚନୀ ମାମଲାରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ ପାଇଁ ତତ୍କାଳୀନ ଲାଠିକଟା ଥାନା ଆଇଆଇସି, ନିର୍ବାଚନର ରିଟର୍ଣ୍ଣିଂ ଅଫିସର ଓ ସହକାରୀ ପର୍ଯ୍ୟବେକ୍ଷକଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଜଷ୍ଟିସ ବି.କେ.ନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ବାଚନୀ ମାମଲାର ଶୁଣାଣି କରି ଏହି ୩ ଅଧିକାରୀଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ ଆବେଦନକାରୀଙ୍କ ପକ୍ଷରୁ ଅନୁମତି ଲୋଡି ଦାୟର ଆବେଦନକୁ ଗ୍ରହଣ କରିଥିଲେ। ୨୦୧୮, ଜାନୁଆରି ୯ରେ ସାକ୍ଷ୍ୟ ଗ୍ରହଣ ପାଇଁ ହାଜର ହେବା ପାଇଁ ଏହି ତିନି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର