ଲସ୍କର-ଇ-ତୈବାର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହବିବୁର ରହେମାନ୍ ନୂଆଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏନ୍ଆଇଏ ହାତରେ ଗିରଫ
ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଇ- ତୈବାର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହବିବୁର ରହେମାନ୍କୁ ନ୍ୟାସନାଲ ଇନ୍ଭେଷ୍ଟିଗେସନ ଏଜେନ୍ସି (ଏନ୍ଆଇଏ)ର ଅଧିକାରୀମାନେ ଆଜି (ସୋମବାର) ଅପରାହ୍ଣରେ ନୂଆଦିଲ୍ଲୀର ଇନ୍ଦରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗିରଫ କରିବା ପରେ ଦେଶ ବ୍ୟାପି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। କାରଣ, କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଇ- ତଇବାର ପ୍ରତିଷ୍ଠାତା ତଥା ୨୦୦୮ ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ହାଫିଜ୍ ସୟିଦ୍ର ଘନିଷ୍ଠ ସହଯୋଗୀ ତଥା ଡାହାଣ ହାତ ହେଉଛି ହବିବୁର ରହେମାନ୍। ହବିବୁର ଲସ୍କର-ଇ- ତଇବାର ଆତଙ୍କବାଦୀ କମାଣ୍ଡର ମାନଙ୍କୁ ଭାରତରେ ଆତଙ୍କୀ ହାମ୍ଲା କରିବା ପାଇଁ ପାକିସ୍ତାନ ଓ ବାଂଲାଦେଶ ସୀମାନ୍ତ ଦେଇ ଭାରତ ମଧ୍ୟକୁ ପଠାଇଥାଏ। ଏପରିସ୍ଥିତରେ ଦିଲ୍ଲୀ ଇନ୍ଦରା ଗାନ୍ଧୀ ଅନ୍ତର୍ଜାତିକ ବିମାନ ବନ୍ଦରରୁ ହବିବୁରକୁ ଏନ୍ଆଇଏ ଅଧିକାରୀମାନେ ଗିରଫ କରିବା ପରେ ଦେଶ ମଧ୍ୟରେ ଏବେ ଆଉ କିଛି ଆତଙ୍କବାଦୀ ଆତ୍ମଗୋପନ କରି ରହିଥିବା ସନ୍ଦେହ କରୁଛନ୍ତି ଦେଶର ସୁରକ୍ଷା ଏଜେନ୍ସି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏଥରକ ସ୍ୱାଧୀନତା ଦିବସ ସମୟରେ ରାଜଧାନୀ ନୂଆଦିଲ୍ଲୀ ଠାରୁ ଆରମ୍ଭ କରି ସୀମାନ୍ତର ସେନା କ୍ୟାମ୍ପ ଉପରେ ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନଗୁଡ଼ିକ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ଆତଙ୍କବାଦୀ ମାନଙ୍କର ସାଟେଲାଇଟ୍ ଫୋନ୍ରେ ହେଉଥିବା ବାର୍ତ୍ତାଳାପକୁ ଟ୍ରାକ୍ କରି ଭାରତୀୟ ଗୁଇନ୍ଦା ବିଭାଗ ସତର୍କ ସୂଚନା ଜାରି କରିଥିଲା। ତେବେ, ଗୁଇନ୍ଦା ବିଭାଗ ପକ୍ଷରୁ ଏହି ସତର୍କ ସୂଚନା ମିଳିବା ପରେ ପରେ ରାଜଧାନୀ ନୂଆଦିଲ୍ଲୀରେ ଏକ ବଡ଼ ଧରଣର ଆତଙ୍କବାଦୀ ହାମ୍ଲା କରିବା ଲକ୍ଷ୍ୟରେ ଦିଲ୍ଲୀ ଅଭିମୁଖେ ଆସୁଥିବା ଏକ କୁଖ୍ୟାତ ଆତଙ୍କବାଦୀ ଅରଫାନ୍ ଓ୍ଵାନିକୁ ଜମ୍ମୁ- କଶ୍ମୀର ପୁଲିସ୍ ଗତକାଲି (ରବିବାର) ଶ୍ରୀନଗରରୁ ରବିବାର ଗିରଫ କରିବା ସହ ତା’ ନିକଟରୁ ୮ଟି ଜୀବନ୍ତ ଗ୍ରେନେଡ୍ ଜବତ କରଥିଲା। ଅରଫାନ୍ ଓ୍ଵାନିର ଗିରଫଦାରିକୁ ୨୪ ଘଣ୍ଟା ନପୂରୁଣୁ ଏନ୍ଆଇଏ ଅଧିକାରୀମାନେ ଆଜି ଅପରାହ୍ଣରେ ନୂଆଦିଲ୍ଲୀର ଇନ୍ଦରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଇ- ତଇବାର ପ୍ରତିଷ୍ଠାତା ତଥା ୨୦୦୮ ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ହାଫିଜ୍ ସୟିଦ୍ର ଘନିଷ୍ଠ ସହଯୋଗୀ ତଥା ଡାହାଣ ହାତ ହେଉଛି ହବିବୁର ରହେମାନ୍କୁ ଗିରଫ କରିବା ପରେ ଏବେ ସୁରକ୍ଷା କର୍ମୀଙ୍କ ଆଖିରୁ ନିଦ ହଜି ଯାଇଛି।