ବଗି ଛାଡ଼ି ଇଞ୍ଜିନ୍‌ ଛୁ

ନିରାକାରପୁର : ଆଜି ନିରାକାରପୁର ରେଳ ଫାଟକ ଠାରେ ଏକ ମାଲବାହୀ ଟ୍ରେନ୍‌ ୩୦ଟି ବଗିକୁ ଛାଡ଼ି ଆଗକୁ ପଳାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅବଶ୍ୟ ପରେ ସୂଚନା ପାଇ ଟ୍ରେନ୍‌ ଚାଳକ ପଛକୁ ଫେରି ବଗିଗୁଡ଼ିକୁ ପୁଣି ସଂଯୋଗ କରି ଆଗକୁ ଗଡ଼ିଥିଲେ, ତେବେ ଏଥି ଯୋଗୁଁ ରେଳଫାଟକର ଉଭୟ ପାର୍ଶ୍ୱ ଜଗନ୍ନାଥ ସଡ଼କରେ ଶତାଧିକ ଗାଡ଼ିମୋଟର ଘଣ୍ଟାଏରୁ ଅଧିକ ସମୟ ଅଟକି ରହିବାରୁ ଯାତ୍ରୀମାନେ ନାହିଁନଥିବା ଅସୁବିଧା ଭୋଗିଥିଲେ।

ସୂଚନାନୁଯାୟୀ, ପୂର୍ବାହ୍ଣ ପାଖାପାଖି ୧୧ଟା ବେଳେ ଆନ୍ଧ୍ରପ୍ରଦେଶର କାକିନଡ଼ାରୁ ଉକ୍ତ ୫୮ ବଗି ବିଶିଷ୍ଟ ସାର ବୋଝେଇ ଟ୍ରେନ୍‌ଟି ବିହାର ଅଭିମୁଖେ ଯାଉଥିଲା। ତେବେ ନିରାକାରପୁର ରେଳଫାଟକ ଠାରେ କପ୍‌ଲିଂ ଖସିଯିବାରୁ ପଛରେ ୩୦ଟି ବଗି ରହିଯାଇଥିବା ବେଳେ ଇଞ୍ଜିନ ସହ ୨୮ଟି ବଗି ଆଗକୁ ଗଡ଼ି ଚାଲିଥିଲା। ଏହା ଦେଖି ଫାଟକ ଠାରେ ଅଟକିଥିବା ସଡ଼କ ପଥ ଯାତ୍ରୀମାନେ ହୋହଲ୍ଲା କରିଥିଲେ। ଫଳରେ ସେଠାରେ ଥିବା ରେଳପଥ ଫାଟକ ଜଗୁଆଳି ଉକ୍ତ ଟ୍ରେନ୍‌ର ପଛପାର୍ଶ୍ୱରେ ଥିବା ଗାର୍ଡଙ୍କୁ ଜଣାଇଥିଲେ। ସେତେବେଳକୁ ଗାଡ଼ିଟି ୩୦୦ ମିଟର ଯାଏ ଆଗକୁ ଗଡ଼ିଯାଇଥିଲା। ତେବେ ଗାର୍ଡଙ୍କ ଠାରୁ ସୂଚନା ପାଇ ଟ୍ରେନ୍‌ ଚାଳକ ଗାଡ଼ିକୁ ଅଟକାଇ ପଛକୁ ଫେରିଥିଲେ। ପରେ କପ୍‌ଲିଂ ସଂଯୋଗ କରି ଟ୍ରେନ୍‌ଟି ସ୍ୱାଭାବିକ ଯାତ୍ରା କରିଥିଲା।

ସମ୍ବନ୍ଧିତ ଖବର