ଭାରତୀୟଙ୍କ ମଦ୍ୟପାନ ଦୁଇ ଗୁଣ ବଢ଼ିଛି

ନୂଆଦିଲ୍ଲୀ: ୨୦୦୫ ରୁ ୨୦୧୬ ମଧ୍ୟରେ ଭାରତୀୟଙ୍କ ମୁଣ୍ଡପିଛା ବାର୍ଷିକ ମଦ୍ୟପାନ ୨ ଗୁଣରୁ ଅଧିକ ବୃଦ୍ଧି ଘଟିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ୨୦୦୫ରେ ଭାରତୀୟଙ୍କ ମୁଣ୍ଡପିଛା ମଦ୍ୟପାନ ବାର୍ଷିକ ୨.୪ ଲିଟର ଥିବାବେଳେ ୨୦୧୬ରେ ଏହା ୫.୭ ଲିଟରକୁ ବୃଦ୍ଧି ଘଟିଛି। ଏଥିରେ ପୁରୁଷଙ୍କ ମୁଣ୍ଡ ପିଛା ମଦ୍ୟପାନ ୪.୨ ଲିଟର ଥିବାବେଳେ ମହିଳାଙ୍କ ମୁଣ୍ଡପିଛା ମଦ୍ୟପାନ ୧.୫ ଲିଟର ରହିଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଆଗାମୀ ଦିନରେ ଡବ୍ଲୁଏଚ୍‌ଓର ଅଧା ଅଞ୍ଚଳରେ ୨୦୨୫ ସୁଦ୍ଧା ମୁଣ୍ଡପିଛା ମଦ ବ୍ୟବହାର ୧୫ରୁ ଊର୍ଧ୍ୱ ବୟସର ବ୍ୟକ୍ତିଙ୍କ କ୍ଷେତ୍ରରେ ବୃଦ୍ଧି ଘଟିବ ଏବଂ ସର୍ବାଧିକ ବୃଦ୍ଧି ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳରେ ଦେଖାଦେବ। କେବଳ ଭାରତରେ ମୁଣ୍ଡପିଛା ମଦ୍ୟପାନ ୨.୨ ଲିଟର ବୃଦ୍ଧି ଘଟିବ। ବିଶ୍ୱରେ ମୁଣ୍ଡପିଛା ମଦ୍ୟପାନ ୨୦୧୬ରେ ୬.୪ ଲିଟରରେ ପହଞ୍ଚିଛି। ତେବେ ୨୦୧୬ରେ ମଦ ଯୋଗୁଁ ପ୍ରାୟ ୩୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର