ମହଙ୍ଗାହେବ ଏସି, ଫ୍ରିଜ ସମେତ ୧୯ଟି ସାମଗ୍ରୀ, ସୀମା ଶୁଳକ ବଢାଇଲେ ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପ୍ରାୟ ୧୯ଟି ସାମଗ୍ରୀ ଉପରେ ସୀମା ଶୁଳକ ବଢାଇଛନ୍ତି । ଏସବୁ ସାମଗ୍ରୀର ଆମଦାନୀକୁ ହ୍ରାସ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି । ଏସବୁ ସାମଗ୍ରୀ ମଧ୍ୟରେ ରହିଛି ଏସି, ଫ୍ରିଜ,ଓ୍ଵାସିଂ ମେସିନ, ସ୍ପିକର, ଜୋତା,ରେଡିଆଲ କାର ଟାୟାର, ହୀରା, କ୍ରୁତ୍ରିମ ହୀରା, ରତ୍ନପଥର,ସୁନାଗହଣା, ଓ୍ଵାସ ବେସିନ, ସାଓ୍ଵାର, ରୋଷେଇ ସାମଗ୍ରୀ, ଘରକରଣା ସାମଗ୍ରୀ, ଅଫିସ ଉପକରଣ, ଟ୍ରଙ୍କ, ବିମାନ ଇନ୍ଧନ ସୁଟକେସ ଇତ୍ୟାଦି । ଏସବୁ ସାମଗ୍ରୀ ଉପରେ ସୀମା ଶୁଳକ ବୃଦ୍ଧି ସଂକ୍ରାନ୍ତରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି ହୋଇଛି । ୨୦୧୭-୧୮ରେ ଭାରତ ଏସବୁ ସାମଗ୍ରୀର ପ୍ରାୟ ୮୬ ହଜାର କୋଟି ଟଙ୍କାର ଆମଦାନୀ କରିଥିଲା । ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାମୂଲ୍ୟ ଦୁର୍ବଳ ସ୍ଥିତିରେ ଥିବାରୁ ଚଳନ୍ତି ଖାତା ନିଅଣ୍ଟ ବଢିବାର ଆଶଙ୍କା କରୁଛନ୍ତି ସରକାର । ଏହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ।

ସମ୍ବନ୍ଧିତ ଖବର