ବିଶ୍ବ ପ୍ରତିଯୋଗିତା ଓ ଡାକାର ରାଲିରେ ଅଂଶଗ୍ରହଣ କରିବ ଏଚ୍‌ଆରସି

ମିଲାନ (ଇଟାଲି): ୨୦୧୯ ରେସିଂ ଋତୁରେ ହୋଣ୍ଡା ରେସିଂ କର୍ପୋରେସନ୍ (ଏଚ୍‌ଆରସି) ବିଶ୍ବ ପ୍ରତିଯୋଗିତା ଏବଂ ଡାକାର ରାଲି‌ରେ ଅଂଶଗ୍ରହଣ କରିବ। ବିଶ୍ବ ପ୍ରତିଯୋଗିତାରେ ୫ ଥର ବିଜେତା ତଥା ଚଳିତବର୍ଷର ବିଜେତା ମାର୍କ ମାର୍କ୍ବେଜଙ୍କ ସହ ଜର୍ଜ ଲୋରେଞ୍ଜୋ ଏଚ୍‌ଆରସି ଦଳର ପ୍ରତିନିଧିତ୍ବ କରିବେ। ଏଫ୍‌ଆଇଏମ୍ ମୋଟୋକ୍ରସ୍ ବିଶ୍ବ ପ୍ରତିଯୋଗିତାରେ ୨୦୧୬ ବିଜେତା ଟିମ୍ ଗଜସର ଓ ବ୍ରାଏନ୍ ବଗର୍ସ ଏହି ଦଳର ପ୍ରତିନିଧିତ୍ବ କରିବେ। ଡାକାର ରାଲିରେ କେଭିନ ବେନାଭିଡେସ୍, ଜୋଆନ ବରେଡା, ପାଉଲୋ ଗଜନାଲଭେସ୍, ରିକି ବ୍ରାବେକ୍, ଜୋସ୍ ଇଗ୍ନାସିଓ କର୍ନେଜୋ ଏଚ୍ଆରସି ପାଇଁ ଖେଳିବେ।

ସମ୍ବନ୍ଧିତ ଖବର