ଅପରିଚିତ ବୃଦ୍ଧଙ୍କ ମୃତ୍ୟୁ

ଖଣ୍ଡଗିରି : ରବିବାର ତମାଣ୍ଡୋ ବଜାରରୁ ଗୁରୁତର ଅସୁସ୍ଥ ଅବସ୍ଥାରେ ଉଦ୍ଧାର ହୋଇଥିବା ଜଣେ ଅପରିଚିତ ବୃଦ୍ଧଙ୍କ ଆଜି କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି। ତାଙ୍କର ବୟସ ୯୦ରୁ ଅଧିକ ହେବ। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ କାରଣରୁ ଅସୁସ୍ଥ ଥିବା ଜଣାପଡ଼ିଛି। ତମାଣ୍ଡୋ ବଜାରରେ ରାସ୍ତା କଡ଼ରେ ସେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଖବର ପାଇ ସ୍ୱେଚ୍ଛାସେବୀ ସଂଗଠନ ଆଶାକିରଣ ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲା। ମାତ୍ର ଆଜି ତାଙ୍କ ମୃତ୍ୟୁ ଘଟିଛି । ପରିଚୟ ମିଳି ନଥିବାରୁ ପୁଲିସ ମୃତଦେହକୁ ଶବ ସଂରକ୍ଷଣ ଗୃହରେ ରଖିଛି। ବୃଦ୍ଧ ଜଣଙ୍କ ବହୁ ଦିନଧରି ଏଠାରେ ବୁଲୁଥିବା ସ୍ଥାନୀୟ ଲୋକଙ୍କଠାରୁ ପ୍ରକାଶ।

ସମ୍ବନ୍ଧିତ ଖବର