୧.୬୮ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

ଫୁଲବାଣୀ: ଆଜି ସକାଳେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଗଦିପଦର ଗ୍ରାମରେ ଅବକାରୀ ବିଭାଗ ଷଣ୍ଢ ଦିଗଲ ଓ କାନ୍ଦିରି ଦିଗଲଙ୍କ ଘରେ ଚଢ଼ାଉ କରି ଏକ କ୍ୟୁଣ୍ଟାଲ ୬୮ କେଜି ଗଞ୍ଜେଇ ଜବତ କରିଛନ୍ତି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ।
ଅବକାରୀ ଇନସପେକ୍ଟର ଉମାଶଙ୍କର ପ୍ରଧାନ ଓ ସବ୍‌ ଇନ୍ସପେକ୍ଟର ପ୍ରକାଶ ଶା ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରି ସେମାନଙ୍କ ଘରେ ବିଭିନ୍ନ ବସ୍ତାରେ ବନ୍ଧା ଯାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇକୁ ଜବତ କରିଛନ୍ତି।

ସମ୍ବନ୍ଧିତ ଖବର