ହୋଟେଲ୍‌ରେ କେକ୍‌ କାଟିବାକୁ ଛୁରି ମାଗିଲେ ମହିଳା; ଚିଡ଼ି ଯାଇ ସେହି ଛୁରିରେ ତାଙ୍କୁ ଆକ୍ରମଣ କଲେ େଓ୍ଵଟର୍‌

ମୁମ୍ବାଇ: ଜଣେ ମହିଳାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ରବିବାର ଦିନ ଆନ୍ଧେରି ପୁଲିସ ୨୩ ବର୍ଷିୟ େଓ୍ଵଟର୍‌ ନିଶାନ୍ତ ଗୌଡ଼ଙ୍କୁ ଗିରଫ କରିଛି। କେକ୍‌ କାଟିବା ନିମନ୍ତେ ସେ ମହିଳା ଜଣକ ମାଗିଥିବା ଛୁରିରେ ଗୌଡ଼ ତାଙ୍କୁ ଆକ୍ରମଣ କରିଥିଲେ। ବିବାହ ଆନିର୍ଭସରି ପାଳୁଥିବା ଉକ୍ତ ୩୦ ବର୍ଷୀୟ ଏନ୍‌ଆଇଆର୍‌ ମହିଳାଙ୍କ ନାମ ହେଉଛି ଫର୍‌ଜାନା ମିରାଟଙ୍କ ବେକରେ ଛୁରି ଆଘାତ ଲାଗିଛି।

ପୁଲିସ କହିବା ଅନୁସାରେ, ରବିବାର ସକାଳେ ମିରାଟ ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଥିଲେ। ସେଠାରୁ ସେ ଏକ ବାହାଘରେ ଯୋଗଦେବାକୁ ପୋରବନ୍ଦର ଯାଇଥାଆନ୍ତେ। ରବିବାର ଦିନ ସେ ତାଙ୍କ ମାଆଙ୍କ ସହ ଜେବି ନଗରସ୍ଥିତ ହୋଟେଲକୁ ଯାଇଥିଲେ।

ବାହାଘର ଆନିଭର୍ସରି ଥିବାରୁ ସେ କେତେକ ଜିନିଷ ବରାଦ କରିବାକୁ େଓ୍ଵଟର୍‌ଙ୍କୁ ଛଅ ସାତ ଥର ଡାକିଥିଲେ। ତା’ପରେ ସେ କେକ୍‌ ମଗାଇ ଥିଲେ।

କିନ୍ତୁ ଗୌଡ଼ା ଖାଲି କେକ୍‌ ଆଣିଥିଲେ, ଛୁରି ନୁହେଁ। ତେଣୁ ସେ ଗୌଡ଼ାଙ୍କୁ ଛୁରିଟିଏ ପାଇଁ କହିଥିଲେ। ଏଥିରେ ଗୌଡ଼ା ଚିଡ଼ିଯାଇଥିଲେ ବି କିଛି କହି ନ ଥିଲେ। ଛୁରି ନେଇ ଆସିବା ପରେ ତାଙ୍କୁ ନ ଦେଇ ସେଥିରେ ତାଙ୍କୁ ଆକ୍ରମଣ କରିଥିଲେ।

ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର