ଚିଲିକା କୂଳରୁ ମଲା ଡଲ୍‌ଫିନ୍‌ ଉଦ୍ଧାର କଲା ବନ ବିଭାଗ

ବ୍ରହ୍ମଗିରି: ରବିବାର ସକାଳେ ବନ ବିଭାଗ ଗୋଟାଏ ଇରାଓ୍ଵାଡ଼ି ପ୍ରଜାତିର ମଲା ଶିଶୁମାର ବା ଡଲ୍‌ଫିନ୍‌ ଉଦ୍ଧାର କରିଛି।

ମଲା ଡଲ୍‌ଫିନ୍‌ଟି ଗତ ରାତିରୁ କୃଷ୍ଣପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ଚିଲିକା ନୂଆପଡ଼ା ରେଞ୍ଜ ଅଞ୍ଚଳର ଚିଲିକା ହ୍ରଦର ନୂଆପଡ଼ା ଘାଟ ପାଖରେ ଭାସୁଥିଲା।

୫ ଫୁଟ୍‌ ୮ ଇଞ୍ଚ ଲମ୍ବ ଓ ୩ ଫୁଟ୍‌ ଗୋଲେଇବିଶିଷ୍ଟ ସେ ମଲା ଡଲ୍‌ଫିନ୍‌କୁ ସ୍ଥାନୀୟ ପ୍ରାଣୀ ଚିକିତ୍ସକମାନଙ୍କ ଦ୍ୱାରା ବ୍ୟବଚ୍ଛେଦ କରାଯାଇଛି।

ବନ ବିଭାଗ କହିବା ଅନୁସାରେ ଏହାର ଓଜନ ପ୍ରାୟ ୫ ଶହ କିଲୋରୁ ଅଧିକ ହେବ।

ଚଳିତ ମାସରେ ବରୁଣକୁଦା, ମଗରମୁଖରୁ ୨ଟି ମଲା ଶିଶୁମାର ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର