ଶ୍ରୀଦେବୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ: ଲୁହ ଆଣିଲା ଝିଅ ଜାହ୍ନବୀଙ୍କ ବାର୍ତ୍ତା

ମୁମ୍ବାଇ: ବର୍ଷକ ତଳେ ଆରପାରିକୁ ଚାଲିଯାଇଥିଲେ ବଲିଉଡ୍ ନାୟିକା ଶ୍ରୀଦେବୀ କପୁର। ରବିବାର  ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ  ତାଙ୍କ ବଡ଼ ଝିଅ ଜାହ୍ନବୀ   ଟ୍ବିଟରରେ ପୋଷ୍ଟ କରିଥିବା ଆବେଗପୂର୍ଣ୍ଣ ବାର୍ତ୍ତା  ନିଶ୍ଚିତ ଭାବେ ଜଣଙ୍କ ଆଖିକୋଣରେ ଲୁହ ଆଣିଦେବ। ମାଆଙ୍କ କୋଳରେ ହାତ ରଖିଥିବାର ଦୃଶ୍ୟକୁ ଜାହ୍ନବୀ ଅପଲୋଡ୍ କରିବା ସହ ଲେଖିଛନ୍ତି, ‘ମାଆ, ତୁମକୁ ହରାଇ ମୋ’ ମନ ତ ଚିର ଦିନ ଏମିତି ଗମ୍ଭୀର ହୋଇ ରହିଥିବ, ତଥାପି ମୁଁ ହସୁଛି, କାରଣ ତୁମେ  ମୋ ହୃଦୟରେ ରହିଅଛ।’

ସମ୍ବନ୍ଧିତ ଖବର