ରେଳବାଇରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ପୂର୍ବତଟ ରେଳବାଇରେ ଚାକିରି ଦେବା ନାଁରେ ଠକେଇ ଉଦ୍ୟମ କରୁଥିବା ଜଣେ ଅଭିଯୁକ୍ତକୁ ଚନ୍ଦ୍ରଶେଖରପୁର ପୁଲିସ ଶନିବାର ଗିରଫ କରିଛି। ବାଲେଶ୍ୱର ଶିଳ୍ପାଞ୍ଚଳ ଆଇଟିଆଇ ଛକ ମୂଳ ନିବାସୀ ତଥା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅଙ୍ଗାରଗଡ଼ିଆର ସ୍ୱର୍ଗତ ଅବିନାଶ ନାୟକଙ୍କ ପୁଅ ସରୋଜ ନାୟକ(୪୫)କୁ ପୋଲିସ ଅଭିଯୁକ୍ତ ଭାବରେ ପାଇଛି। ସରୋଜ ପୂର୍ବତଟ ରେଳବାଇରେ କିରାଣି ଚାକିରି ଦେବା ନାଁରେ ଟଙ୍କା ଦାବି କରୁଥିଲା। ନିଜକୁ ସେ ରେଳବାଇର ଜଣେ କର୍ମଚାରୀ କହି ଲାଞ୍ଚ ମାଗିଥିଲା।

ସମ୍ବନ୍ଧିତ ଖବର