ନାବାଳିକା ଅପହରଣ, ଯୁବକ ଗିରଫ

ଭଡ଼ାଟିଆକୁ ମାଡ଼ ମାରି ଦାଦା ପୁତୁରା ଗରିଫ

ଚନ୍ଦ୍ରଶେଖରପୁର : ନୀଳାଦ୍ରିବିହାର ଅଞ୍ଚଳରେ ଥିବା ଏକ ବସ୍ତିର ଜଣେ ନାବାଳିକାକୁ ବିବାହ ପ୍ରଲୋଭନ ଦେଖାଇ ଅପହରଣ କରିନେଇଥିବା ଜଣେ ଯୁବକକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଯୁବକଜଣଙ୍କ ହେଲେ, ମେଘନାଥ ସେଠୀ(୨୫)। ସେ ମୟୂରଭଞ୍ଜ ଝାଲିଆମାଳ ଗ୍ରାମର ବାସିନ୍ଦା। ଏଠାରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ପରିବାର ସହ ରହି ଭଡ଼ା ଟ୍ୟାକ୍ସି ଚଲାଉଥିଲା। ଗତ ସପ୍ତାହରେ ସେ ଜଣେ ନାବାଳିକାକୁ ବିବାହ ପ୍ରଲୋଭନ ଦେଖାଇ ଭୁବନେଶ୍ବର ଷ୍ଟେସନ୍‌ରୁ ଟ୍ରେନ୍ ଯୋଗେ ହାଇଦ୍ରାବାଦ ନେଇ ଯାଇଥିଲେ। ପରେ ଏ ସଂପର୍କରେ ନାବାଳିକାଙ୍କ ପରିବାରଲୋକଙ୍କୁ ସୂଚନା ଦେଇଥିଲେ। ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ସ୍ଥାନୀୟ ଥାନାରେ ଅପହରଣ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମୋବାଇଲ୍‌ ନମ୍ବର ଟ୍ରାକିଂ କରି ପୁଲିସ ହାଇଦ୍ରାବାଦରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ମେଘନାଥଙ୍କୁ ଗିରଫ କରିଥିଲା। ଗତକାଲି ସେମାନଙ୍କୁ ଭୁବନେଶ୍ବର ଅଣାଯାଇଥିଲା।

ଭଡ଼ାଟିଆକୁ ମାଡ଼ ମାରି ଦାଦା ପୁତୁରା ଗରିଫ

ଭୁବନେଶ୍ବର : ଭଡ଼ାଟିଆକୁ ମାଡ଼ ମାରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଦାଦା-ପୁତୁରାକୁ ଗିରଫ କରିଛି। ସେମାନେ ହେଲେ, ବିଶ୍ବେଶ୍ବର ବସ୍ତିର କାଳିଆ ଦାସ(୩୫) ଓ ରାମଚନ୍ଦ୍ର ମହାନ୍ତି(୨୩)। ପୁଲିସ ସୂଚନା ମୁତାବକ, କିଛି ମାସ ହେବ ପବନ ମାହତ ନାମକ ଜଣେ ଯୁବକ କାଳିଆଙ୍କ ଘରେ ଭଡ଼ାରେ ରହି ବମ୍ବେ ଲଡ଼ୁ ବ୍ୟବସାୟ କରୁଥି‌ଲେ। ଆଜି ସେ ଘରେ ଶୋଇଥିବା ବେଳେ କାଳିଆ ତାଙ୍କୁ ଗାଳିଗୁଲଜ କରିଥିଲା। ପ୍ରତିବାଦ କରିବାରୁ କାଳିଆ ତାଙ୍କୁ ମାଡ଼ ମାରିଥିଲା। ପାଖରେ ଥିବା ପୁତୁରା ରାମଚନ୍ଦ୍ର ମଧ୍ୟ ଧାଇଁ ଆସି ମାଡ଼ ପବନଙ୍କୁ ମାରିଥିଲା। ଏନେଇ ପବନ ସହିଦନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଆଜି ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର