କୋରାପୁଟ: ନାବାଳିକାକୁ ଉଦ୍ଧାର କଲେ ଗ୍ରାମବାସୀ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ଟିଟିଝୋଲା ଗ୍ରାମ ଆଦିବାସୀ ସାହିରେ ଜଣେ ନାବାଳିକାକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ଉଦ୍ଧାର ସମୟରେ ନାବାଳିକା କାନ୍ଦୁଥିଲା। ଚମ୍ପି ଗ୍ରାମର ଶିଶିର ସାହୁ ଉକ୍ତ ନାବାଳିକାକୁ ଉଦ୍ଧାର ଲକ୍ଷ୍ମୀପୁର ଥାନାକୁ ଫୋନ କରିଥିଲେ। ଗ୍ରାମବାସୀ ଓ କିଛି ମହିଳା କୋଉଠି ତମର ଘର, ଏଠିକୁ କେମିତି ଆସିଲ ବୋଲି ପଚାରିବାରୁ ନାବାଳିକା ଜଣକ ନିଜ ସମ୍ପର୍କିୟ ମାମୁ ଓ ଭାଇ ସହ ସେମିଳିଗୁଡା ବାହୁଡା ଜାତରା ଦେଖିବା ପାଇଁ ଆସିଥିଲେ ବୋଲି କହିଥିଲେ।

ନାବାଳିକା କହିଛି ଯେ, କୋରାପୁଟ ଆଣି ଡ୍ରେସ କିଣି ଘରେ ଛାଡିଦେବୁ ବୋଲି କହି ସେ ଦୁଇ ଜଣ ଟିଟି ଝୋଲାଗ୍ରାମରେ ଥିବା ସଂଗାତ ଘରକୁ ନେଇ ଆସିଥିଲେ। ଲକ୍ଷ୍ମୀପୁର ପୁଲିସ ମହିଳା ହୋମଗାଡଙ୍କୁ ଧରି ଚମ୍ପି ଗ୍ରାମ ଯାଇ ନାବାଳିକାକୁ ଉଦ୍ଧାରକରି ଥାନାକୁ ଆଣି ଚାଇଲ୍‌ଡ ଲାଇନ୍‌କୁ ଫୋନ କରିଥିଲେ। ପରେ ଲକ୍ଷ୍ମୀପୁର ପୁଲିସ ଚାଇଲ୍‌ଡ୍‌ ଲାଇନ୍‌ ସଦସ୍ୟ ଆସିବାପରେ ନାବାଳିକାକୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧିତ ଖବର