ରଣଜିତ ଗୁରୁଙ୍କ ବିୟୋଗରେ ଶୋକ

ଦୀର୍ଘ ୧୫ ବର୍ଷ ଧରି ମୁଁ ରଣଜିତ୍‌ ଗୁରୁଙ୍କ ସହ କାମ କରି ଆସୁଥିଲି। ତାଙ୍କ ସହ କାମ କରି ସାମ୍ବାଦିକତାର ବିଭିନ୍ନ ଦିଗ ବିଷୟରେ ମୁଁ ଜାଣିବାକୁ ପାଇଛି। ‘ସମ୍ବାଦ’ ହିଁ ତାଙ୍କ ଜୀବନର ପ୍ରଥମ ବ୍ରତ ଥିଲା। ସମ୍ବାଦପତ୍ର ଆମର ନୁହେଁ କି କୌଣସି ସାମ୍ବାଦିକର ନୁହେଁ। ଏହା ହେଉଛି ପାଠକଙ୍କର, ଏଥିପାଇଁ ସାମ୍ବାଦିକତା କଲା ବେଳେ ସବୁ ସତର୍କତା ଅବଲମ୍ବନ କରିବାକୁ ପଡ଼େ ବୋଲି ସେ ସବୁବେଳେ କହୁଥିଲେ। ତାଙ୍କ ଶାରୀରିକ ଅସୁସ୍ଥତା ସତ୍ତ୍ବେ ସେ ସବୁବେଳେ କର୍ମତତ୍ପର ଓ କର୍ତ୍ତବ୍ୟନିଷ୍ଠ ଥିଲେ। ସେ ଥିଲେ ଜ୍ଞାନର ଭଣ୍ଡାର ଓ ଏକ ଶିକ୍ଷଣୀୟ ବ୍ୟକ୍ତିତ୍ବର ଅଧିକାରୀ। ମୁଁ ଜଣେ ଭାତୃତୁଲ୍ୟ ଗୁରୁଙ୍କୁ ହରାଇଲି। ତାଙ୍କ ନିକଟରେ ମୁଁ ମୋର ପ୍ରଣାମ ଜଣାଉଛି।
ସିଦ୍ଧାର୍ଥ ମହାପାତ୍ର ଉପମହାପ୍ରବନ୍ଧକ, ସମ୍ବାଦ

ସମ୍ବନ୍ଧିତ ଖବର