ପ୍ୟାରିସ୍‌ ଜଳବାୟୁ ଚୁକ୍ତି, ଦେଢ଼ ବର୍ଷରେ ସର୍ତ୍ତ ପୂରଣ କରିବ ଭାରତ

ବ୍ୟାରିଟିଜ୍‌: ଫ୍ରାନ୍ସର ବ୍ୟାରିଟିଜ୍‌ରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ଆଜି ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ସୁରକ୍ଷା ସଂକ୍ରାନ୍ତରେ ବିଶ୍ବ ନେତାଙ୍କ ସମ୍ମୁଖରେ ତାଙ୍କର ମତ ରଖିଥିଲେ। ଭାରତ ଗୋଟିଏ ଥର ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍‌ ବର୍ଜନ କରିବା ଦିଗରେ ବଡ଼ ପଦକ୍ଷେପ ନେବାକୁ ଯାଉଛି ଏବଂ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣନ କରି ପ୍ଲାଷ୍ଟିକ୍‌ ବ୍ୟବହାର ନିଷିଦ୍ଧ କରାଯିବ ବୋଲି ମୋଦୀ କହିଛନ୍ତି। ଅନ୍ୟପକ୍ଷରେ ପ୍ୟାରିସ୍ ଜଳବାୟୁ ଚୁକ୍ତିରେ ନିର୍ଦ୍ଧାରିତ ସମସ୍ତ ଗୁରୁତ୍ବପୂର୍ଣ୍ଣ ସର୍ତ୍ତକୁ ଭାରତ ଆଗାମୀ ଦେଢ଼ ବର୍ଷ ମଧ୍ୟରେ ପୂରଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବିଶ୍ବର ପ୍ରମୁଖ ରାଷ୍ଟ୍ରମାନେ ମଧ୍ୟ ଏ ଦିଗରେ ତତ୍ପରତାର ସହ କାର୍ଯ୍ୟକଲେ ପରିବେଶର ସୁରକ୍ଷା ଦିଗରେ ଏହି ବିଶାଳ ଯୋଜନା ସାକାର ହୋଇପାରିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର