ବ୍ୟାଙ୍କ ମିଶ୍ରଣକୁ ୟୁନିୟନମାନଙ୍କ ବିରୋଧ, ଶନିବାର ଧର୍ମଘଟ ଡାକରା

ନୂଆଦିଲ୍ଲୀ : ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକର ମିଶ୍ରଣ ପାଇଁ ଆଜି ସରକାର କରିଥିବା ଘୋଷଣାକୁ ବ୍ୟାଙ୍କ ୟୁନିୟନଗୁଡ଼ିକ ବିରୋଧ କରିଛନ୍ତି । ଏଥିପାଇଁ ଆସନ୍ତା କାଲି ଅର୍ଥାତ ଶନିବାରଦିନ ଧର୍ମଘଟ ଡାକରା ଦିଆଯାଇଛି । ଏହା ଫଳରେ ଆସନ୍ତା କାଲି ବ୍ୟାଙ୍କ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି ।
ଆହୁରି ମଧ୍ୟ ଓଡ଼ିଶା ଲୋକମାନେ ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । କାରଣ ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବ୍ୟାଙ୍କ ଛୁଟି ରହିବ । ଏଭଳି ସ୍ଥିତିରେ ଯଦି ଶନିବାର ଦିନ ମଧ୍ୟ ବ୍ୟାଙ୍କ ନ ଖୋଲେ ତେବେ ଲଗାତାର ୪ ଦିନ ବ୍ୟାଙ୍କ ସେବା ବ୍ୟାହତ ହେବ ।
ଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘର ମହାସଚିବ ଦେବାଶୀଷ ବସୁ ଚୌଧୁରୀ କହିଛନ୍ତି ଯେ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ବ୍ୟାଙ୍କ ବ୍ୟବସ୍ଥା ଦୁର୍ବଳ ହେବ । ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରଭାବିତ ହେବ । ଅନେକ ଲୋକ ନିଯୁକ୍ତି ହରେଇବେ । ଏଣୁ ସଂଘ ଏହାକୁ ବିରୋଧ କରିବ ।

ସମ୍ବନ୍ଧିତ ଖବର