ସ୍ୱାମୀକୁ ଦଣ୍ଡ ଦେବା ପାଇଁ ପୁଅ ମୁହଁରେ ତକିଆ ଚାପି ହତ୍ୟା କଲା ମା’, କିନ୍ତୁ ପରେ….

ଜୟପୁର : ବିବାହ ପରେ ସ୍ୱାମୀ ଜୀବନକୁ ନର୍କ କରି ଦେଇଥିବାରୁ ଉଚିତ୍‌ ଜବାବ ଦେବା ପାଇଁ ମହିଳା ଯାହା କରିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜନ୍ମକଲା ପୁଅ ମୁହଁରେ ତକିଆ ଚାପି ହତ୍ୟା କରିବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ୨ପୁଅକୁ ହତ୍ୟା କରି ସ୍ୱାମୀ ମୁଣ୍ଡରେ ଦୋଷ ଲଦିବା ସହ ନିଜେ ଆତ୍ମହତ୍ୟା କରିବାର ଯୋଜନା କରିଥିଲେ ମହିଳା । କିନ୍ତୁ ଶେଷ ମୂହୁର୍ତ୍ତରେ ନିଜର ଯୋଜନା ବଦଳାଇ ଦେଇଥିଲେ ।

पुलिस कस्टडी में नमिता

ସୂଚନା ମୁତାବକ, ନବିତା ମୀଣା ବିବାହ ପରେ ଖୁସି ନଥିଲେ । ସ୍ୱାମୀଙ୍କ ସହ ପଡ଼ୁ ନଥିବାରୁ ଦୁହେଁ ଶେଷରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ଗତ ଗୁରୁବାର ଦୁହିଁଙ୍କୁ ସମାଧାନ ପାଇଁ ଡ଼କାଯାଇଥିଲେ ମଧ୍ୟ ନବିତାଙ୍କ ସ୍ୱାମୀ ସମାଧାନ ପାଇଁ ରାଜି ହୋଇ ନଥିଲେ । ଯାହା ପରେ ନବିତା ଦୁଇ ପୁଅକୁ ହତ୍ୟା କରିବାର ଯୋଜନା ବନାଇଥିଲେ । ରାତିରେ ସାନ ପୁଅ ମୁହଁରେ ତକିଆ ଚାପି ହତ୍ୟା କରିବା ପରେ ବଡ଼ ପୁଅକୁ ନେଇ ଛାତ ଉପରକୁ ଡ଼େଇଁବାକୁ ଯାଇଥିଲେ । କିନ୍ତୁ ଶେଷ ମୂହୂର୍ତ୍ତରେ ସେ ନିଜର ଆତ୍ମହତ୍ୟାର ମନ ବଦଳାଇଥିଲେ । ତଳକୁ ଆସି ସାନ ପୁଅର ମୃତଦେହକୁ ନେଇ ଅନ୍ତିମ ସଂସ୍କାର ପାଇଁ ବହାରିଥିବା ବେଳେ ପଡ଼ୋଶୀଙ୍କ ହାତରେ ଧରା ପଡ଼ିଥିଲେ ନବିତା । ଯାହା ପରେ ପୁଲିସକୁ ସୂଚନା ଦିଆଯାଇଥିଲା । ନବିତା ନିଜର ଦୋଷ ସ୍ୱିକାର କରିଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର