୧୭୭ ଅସ୍ତ୍ର ସହ ଆସାମରେ ଆତ୍ମସମର୍ପଣ କଲେ ୮ଟି ନିଷିଦ୍ଧ ସଙ୍ଗଠନର ୬୪୪ ଜଣ ଆତଙ୍କବାଦୀ

ଗୌହାଟି: ଗୁରୁବାର ଦିନ ୧୭୭ଟି ଅସ୍ତ୍ର ସହ ଆସାମରେ ୮ଟି ନିଷିଦ୍ଧ ସଙ୍ଗଠନର ୬୪୪ ଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଥିବା କଥା ପୁଲିସ କହିଛି।

ଏହି ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ହେଲା: ‘ୟୁଏଲ୍‌ଏଫ୍‌ଏ (୧), ‘ଏନ୍‌ଡିଏଫ୍‌ବି’, ‘ଆର୍‌ଏନ୍‌ଏଲ୍‌ଏଫ୍‌’, ‘କେଏଲ୍‌ଓ’, ‘ସିପିଆ (ମାଓବାଦୀ)’, ‘ଏନ୍‌ଏସ୍‌ଏଲ୍‌ଏ’, ‘ଏଡିଏଫ୍‌’ ଏବଂ ‘ଏନ୍‌ଏଲ୍‌ଏଫ୍‌ବି’। ଏହି ସଙ୍ଗଠନର ଆତଙ୍କବାଦୀମାନେ ଏକ କାର୍ଯ୍ୟକ୍ରମରେ ଆସାମର ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋଓ୍ଵାଲ୍‌ଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି।

Image Source: The Times of India

ସାମ୍ବାଦିକମାନଙ୍କୁ ପୁଲିସ ମହାନିର୍ଦେଶକ ଭାସ୍କରଜ୍ୟୋତି ମହାନ୍ତ କହିଛନ୍ତି: ରାଜ୍ୟ ଏବଂ ଆସାମ ପୁଲିସ ଲାଗି ଆଜି ଦିନକ ଗୁରୁତ୍ୱପୂର୍ଣ୍ଣ। ଆଠଟି ଆତଙ୍କବାଦୀ ସଙ୍ଗଠନର ସମୁଦାୟ ୬୪୪ କ୍ୟାଡର୍‌ ଏବଂ ସେମାନଙ୍କ ନେତାମାନେ ଅସ୍ତ୍ର ସମର୍ପଣ କରିଛନ୍ତି।

ସାମ୍ପ୍ରତିକ ସମୟରେ ଏହା ଅନ୍ୟତମ ସର୍ବବୃହତ୍‌ ଆତ୍ମସମର୍ପଣ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର