ପୁଲିସର କଡ଼ା ଆଭିମୁଖ୍ୟ ପରେ ବି ଲୁଚକାଳି ଖେଳ, ତେଜରାତି ଦୋକାନରେ ସକାଳ ୬ଟାରୁ ଗହଳି

ଝାରସୁଗୁଡ଼ା: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶକୁ ୨୧ ଦିନ ପାଇଁ ଲକଡାଉନ ଘୋଷଣା ପରେ ଆଜି ଝାରସୁଗୁଡ଼ାରେ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଥିବା ଦେଖାଯାଇଛି। ସକାଳ ୬ ଟାରୁ ସହର ବିଭିନ୍ନ ତେଜରାତି ଦୋକାନରେ ଲୋକ ଭିଡ଼ ଲଗେଇଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ସକାଳ ୬ ରୁ ୧୧ ଟା ପର୍ଯ୍ୟନ୍ତ ତେଜରାତି ଓ ପରିବା ଦୋକାନ ଖୋଲା ରଖିବାକୁ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, କରୋନା ଭୂତାଣୁ ଆତଙ୍କ ସୃଷ୍ଟି କରିଥିବା ସାମାଜିକ ଦୂରତ୍ବ ହିଁ ଏହାକୁ ରୋକି ପାରିବ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କଠାରୁ ମୁଖ୍ୟମନ୍ତ୍ରୀ ତଥା ସାରା ଦେଶ ସାମାଜିକ ଦୂରତ୍ବ ରକ୍ଷା କରିବା, ହାତ ଧୋଇବା ସହିତ ବାହାରେ ନ ବୁଲିବା ପାଇଁ ପରାମର୍ଶ ଦିଆଯାଉଛି। ଏଥିପାଇଁ ଲକ୍‌ଡାଉନ୍‌ ଭଳି ପଦକ୍ଷେପ ନେବାକୁ ସରକାର ଆଇନର ଆଶ୍ରୟ ନେଇଛନ୍ତି। କରୋନା ଭୂତାଣୁର ଭୟାବହତା ସଂପର୍କରେ ୨୪ ଘଣ୍ଟା ବିଭିନ୍ନ ଗଣମାଧ୍ୟମ ଲୋକଙ୍କୁ ସତର୍କ କରୁଥିବା ସତ୍ବେ ଲୋକେ ଏହାକୁ ମାନିବାକୁ ନାରାଜ ହେଉଥିବା ଏବେପ ଚିନ୍ତାର କାରଣ ପାଲଟିଛି।
ମାତ୍ର ଏହି ନିୟମକୁ ନ ମାନି ଲୋକେ ସାରା ମଣିଷ ସମାଜକୁ ବିପଦ ଆଡ଼କୁ ଟାଣି ନେଉଛନ୍ତି। ଏଭଳି ବ୍ୟକ୍ତିଙ୍କ ପ୍ରତି ପୁଲିସ କୋଠର ଆଭିମୁଖ୍ୟ ଗ୍ରହଣକୁ ସ୍ବାଗତ କରାଯାଇଛି।

ଝାରସୁଗୁଡ଼ା ପୁଲିସ ସେଭଳି କିଛି କଠୋର ହେବା ପରେ ଲୋକେ ଘରେ ରହିବା ଆରମ୍ଭ କରିଛନ୍ତି । ତେବେ ପୁଲିସ ଟିକିଏ ଶାନ୍ତ ହେଲେ ପୁଣି ବାଇକ ଧରି ରାସ୍ତା ଉପରକୁ ଉଠି ଆସୁଥିବା ଦେଖା ଯାଉଛି। ଯଦି ଏପରି ମନୋଭାବ ଲୋକଙ୍କ ପାଖରେ ରୁହେ ତେବେ କରୋନା ସଂକ୍ରମଣ ପାଇଁ ବେଶୀ ସମୟ ଲାଗିବ ନାହିଁ । ତେଣୁ ଏଥିପ୍ରତି ସତର୍କ ହେବା ଓ ସରକାରଙ୍କ ଉପଦେଶ ମାନି ଚଳିବାକୁ ବିଭିନ୍ନ ମହଲରୁ ମତପ୍ରକାଶ ପାଇବାରେ ଲାଗିଛି। ଦେଶର ବିଭିନ୍ନ ସହର ସହିତ ସଂଯୋଗ ଦୃଷ୍ଟିରୁ ଝାରସୁଗୁଡ଼ା ଏକ ପ୍ରମୁଖ ସହର ହୋଇଥିବା ବେଳେ ସଂପ୍ରତି ବସ୍, ଟ୍ରେନ୍‌ ଓ ବିମାନ ବନ୍ଦ ରହିଥିବାରୁ ବାହାରୁ ଆସୁଥିବା ଲୋକଙ୍କ ଭିଡ଼ ଆଉ ନାହିଁ। ତେବେ ସହରରେ ରହୁଥିବା ଲୋକେର ବିନା କାରଣରେ ରାସ୍ତା ଉପରକୁ ଉଠି ଆସୁଥିବା ଶୁଭ ଲକ୍ଷଣ ନୁହେଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର