କଶ୍ମୀର : ପୁଲିସକୁ ଟାଙ୍ଗିଆରେ ହାଣି ଦୁର୍ବୃତ୍ତ ଫେରାର, ପୁଲିସ କର୍ମୀ ସହିଦ, ଆତଙ୍କବାଦୀ ଆକ୍ରମଣ ସଂଦେହ

ଶ୍ରୀନଗର : ସାରା ଦେଶ କରୋନା ଭାଇରସ ବିରୁଦ୍ଧରେ ଲଢେଇ କରୁଥିବାବେଳେ ଜମ୍ମୁ ଓ କଶ୍ମୀରରେ ଆତତାୟୀଙ୍କ ଆକ୍ରମଣରେ ଜଣେ ପୁଲିସ କର୍ମଚାରୀ ସହିଦ ହୋଇଥିବାବେଳେ ଆଉ ଜଣେ ପୁଲିସ କର୍ମୀ ଆହତ ହୋଇଛନ୍ତି ।

ମିଳଥିବା ସୂଚନା ଅନୁସାରେ ଏହି ଘଟଣା କଶ୍ମୀରର କିସ୍ତଓ୍ୱାର ଜିଲ୍ଲାର ଦଚ୍ଚନ ତହସିଲରେ ଘଟିଛି । ଦୁଇଜଣ ଆତତାୟୀ ବସରାତ ହୁସେନ ଓ ଆସିକ ହୁସେନ ଟାଙ୍ଗିଆ ଦ୍ୱାରା ପାଟ୍ରୋଲିଂ କରୁଥବା ପୁଲିସ କର୍ମଚାରୀମାନଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ପୁଲିସ କର୍ମୀ ରସିଦ ଇକବାଲ ମୃତ୍ୟୁବରଣ କରିଥିବାବେଳେ ଏଏସଆଇ ବିଶାଲ ସିଂ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ଘଟାଇବା ପରେ ଉଭୟ ଦୁର୍ବୃତ୍ତ ଘଟଣାସ୍ଥଳରୁ ରସିଦଙ୍କ ସର୍ଭିସ ବନ୍ଧୁକ ନେଇ ଫେରାର ହୋଇଯାଇଛନ୍ତି ।

ତେବେ ଏହା ଆତଙ୍କବାଦୀ ଆକ୍ରମଣ କି ନା ତାହା ସ୍ପଷ୍ଟ ହୋଇନାହିଁ । କାରଣ ଏହି ଆକ୍ରମଣ ଟାଙ୍ଗିଆ ଦ୍ୱାରା ହୋଇଛି । ଅପରାଧୀ ଆସିକ ହୁସେନ ଏକ ମାମଲାରେ ଜେଲଦଣ୍ଡ କାଟିବା ପରେ ୨୦ ତଳେ ମୁକୁଳିଥିଲା । ଏହି ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଏକ ତଲାସୀ ଅଭିଯାନ ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର