ମହାରାଷ୍ଟ୍ରରୁ ପଶ୍ଚିମବଙ୍ଗକୁ ଟ୍ରେନ୍‌ ଦ୍ବାରା ସଂକ୍ରମିତ ହେଉଛି: ମମତା

କୋଲକାତା : ମହାରାଷ୍ଟ୍ରରୁ ପଶ୍ଚିମବଙ୍ଗ ଆସୁଥିବା ବିଭିନ୍ନ ଶ୍ରମିକ ସ୍ପେସାଲ ଟ୍ରେନ୍‌ ଦେଇ କରୋନା ଭାଇରସ ସଂକ୍ରମଣ ହେଉଛି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ ଆଣିଛନ୍ତି। ‌ବିନା ନୋଟିସରେ ରେଳ ମନ୍ତ୍ରଣାଳୟ ଦ୍ବାରା ବିଭିନ୍ନ ରାଜ୍ୟକୁ ପଠାଯାଉଥିବା ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ହିଁ କରୋନା ଭାଇରସ ସଂକ୍ରମଣ ବୃଦ୍ଧିରେ ସହାୟକ ହୋଇଛି। ମହାରାଷ୍ଟ୍ରରୁ ଆସୁଥିବା ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଦ୍ବାରା ମହାରାଷ୍ଟ୍ରରୁ ପଶ୍ଚିମବଙ୍ଗକୁ କରୋନା ଭାଇରସ ସଂକ୍ରମିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। କରୋନାଭୂତାଣୁକୁ ଟ୍ରେନ୍‌ ଯୋଗେ ମହାରାଷ୍ଟ୍ରରୁ ଆଣି ପଶ୍ଚିମବଙ୍ଗରେ ଛଡ଼ାଯାଉଛି। ଲକ୍‌ଡାଉନ ବେଳେ ଭାରତର ବିଭିନ୍ନ ସ୍ଥାନରୁ ପଶ୍ଚିମବଙ୍ଗକୁ ୨୨୫ ଟ୍ରେନ୍‌ ଆସିବ ବୋଲି ସୂଚନା ମିଳିଛି। ତେବେ ଦେଶରେ ସର୍ବାଧିକ କୋଭିଡ-୧୯ ସଂକ୍ରମିତ ମହାରାଷ୍ଟ୍ରରୁ ୪୧ଟି ଟ୍ରେନ୍‌ ପଶ୍ଚିମବଙ୍ଗକୁ ଆସି ସାରିଥିବା ବେଳେ ଆହୁରି ୧୯ଟି ଟ୍ରେନ୍‌ ଆସିବ। ତେବେ ଏସବୁ ଟ୍ରେନ୍‌ ଆସିବା ପରେ ଏବେ ପଶ୍ଚିମବଙ୍ଗରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧି ପାଇଲାଣି ବୋଲି ମମତା କ୍ଷୋଭ ପ୍ରକାଶ କରିଛନ୍ତି। ଏଥିପାଇଁ ମମତା ରେଳ ମନ୍ତ୍ରାଳୟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାୟୀ କରିଛନ୍ତି।

ସମ୍ବନ୍ଧିତ ଖବର