ଭାରତରେ କରୋନା ଔଷଧ ଫାବିପିରାଭିର ଲଞ୍ଚ୍‌ କଲେ ଲୁପିନ ଓ ସନ ଫାର୍ମା, ମୂଲ୍ୟ କେତେ ଜାଣନ୍ତୁ

ନୂଆଦିଲ୍ଲୀ : ଦୁଇଟି ଭାରତୀୟ ଔଷଧ କମ୍ପାନି ଲୁପିନ ଓ ସନ ଫାର୍ମାସୁଟିକାଲ୍ସ ଭାରତରେ କରୋନା ଔଷଧ ଫାବିପିରାଭିର ଲଞ୍ଚ୍‌ କରିଛନ୍ତି । ଏହି ଔଷଧ ସାମାନ୍ୟରୁ ମଧ୍ୟମ ଧରଣର କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ବ୍ୟବହାର କରିହେବ ।

ଲୁପିନ ପକ୍ଷରୁ ଏହି ଔଷଧକୁ କୋଭିହଲ୍ଟ ବ୍ରାଣ୍ଡ ନାମରେ ବଜାରକୁ ଛଡ଼ାଯାଇଥିବାବେଳେ ତାହାର ମୂଲ୍ୟ ଟାବଲେଟ ପିଛା ୪୯ ଟଙ୍କା ରଖାଯାଇଛି । ଜରୁରିକାଳୀନ ସ୍ଥିତିରେ ସାମାନ୍ୟରୁ ମଧ୍ୟମ ଧରଣର କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ଫାବିପିରାଭିର ବ୍ୟବହାରକୁ ଭାରତୀୟ ଔଷଧ ମହାନିୟନ୍ତ୍ରକ ଅନୁମତି ଦେଇଛନ୍ତି ।

କମ୍ପାନି ପକ୍ଷରୁ ଛଡ଼ାଯାଇଥୁବା କୋଭିହଲ୍ଟ ୨୦୦ ମିଲିଗ୍ରାମ ଟାବଲେଟରେ ଉପଲବ୍ଧ ହେଉଛି ଓ ପ୍ରତି ଷ୍ଟ୍ରିପରେ ୧୦ଟି ଟାବଲେଟ ରହୁଛି । ଗୋଟିଏ ଷ୍ଟ୍ରିପର ମୂଲ୍ୟ ୪୯୦ ଟଙ୍କା ରଖଯାଇଛି ।

ଗତ କାଲି ଆଉ ଏକ ଫାର୍ମା କମ୍ପାନି ସନ ଫାର୍ମାସୁଟିକାଲ୍ସ ପକ୍ଷରୁ ଫ୍ଲୁଗାର୍ଡ ନାମରେ ଫାବିପିରାଭିର ଲଞ୍ଚ୍‌ କରାଯାଇଥିଲା । ଏହା ୨୦୦ ମିଲିଗ୍ରାମ ଟାବଲେଟରେ ଉପଲବ୍ଧ ହେଉଛି ଓ ଏହାର ମୂଲ୍ୟ ଟାବଲେଟ ପିଛା ୩୫ ଟଙ୍କା ରଖାଯାଇଛି । ଚଳିତ ସପ୍ତାହରୁ ଏହି ଦୁଇଟି ଔଷଧ ଭାରତୀୟ ବଜାରରେ ଉପଲବ୍ଧ ହେବ ।

ଭାରତରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୧୯ ଲକ୍ଷ ଟପିଯାଇଛି । ଏହା ମଧ୍ୟରେ ସକ୍ରିୟ ସଂକ୍ରମଣ ସଂଖ୍ୟା ୫୮୬୨୪୪ ଥିବାବେଳେ ମୃତ୍ୟୁସଂଖ୍ୟା ୩୯୭୯୫ ରହିଛି ।

ସମ୍ବନ୍ଧିତ ଖବର