‘ମୋ ସାଇକେଲ୍‌’ ପାଇଁ ‌ଶୁକ୍ରବାର ଜୋରଦାର୍‌ ଉଚ୍ଛେଦ

ଭୁବନେଶ୍ବର: ‘ମୋ ସାଇକେଲ୍‌’ ପରିଚାଳନା ଦାୟିତ୍ବ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ନେବା ପରେ ରାଜଧାନୀରେ ଯେପରି ଅଧିକ ମୋ ସାଇକେଲ୍‌ ଗଡ଼ିବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ପ୍ରତି ଶୁକ୍ରବାର ରାଜଧାନୀବାସୀଙ୍କୁ ସାଇକେଲ୍‌ ଚଲାଇବାକୁ ଆହ୍ବାନ ଦିଆଯାଇଥିବାରୁ ସାଇକେଲ୍‌ ଚାଳକ ଯେପରି ସୁରକ୍ଷିତ ଭାବେ ସାଇକେଲ୍‌ ଚଲାଇବେ ସେଥିପାଇଁ ବିଏସ୍‌ସିଏଲ୍‌ ପକ୍ଷରୁ ପ୍ରତି ଶୁକ୍ରବାର ଜୋରଦାର ଉଚ୍ଛେଦ କାର୍ଯ୍ୟକ୍ରମ ହେବ। ରାଜଧାନୀରେ ନାଲି ରଙ୍ଗରେ ଅଙ୍କା ହୋଇଥିବା ସାଇକେଲ୍‌ ଟ୍ରାକ୍‌ଗୁଡ଼ିକରେ ଯେପରି କେହି ଗାଡ଼ି ପାର୍କିଂ କରିବେନି, ଉଠା ଦୋକାନ ପକାଇବେନି ତାହା ଉପରେ ଧ୍ୟାନ ଦିଆଯିବ। ଯେଉଁଠି ସାଇକେଲ୍‌ ଟ୍ରାକ୍‌ ସାଇକେଲ୍‌ ଷ୍ଟାଣ୍ଡ ନିକଟରୁ ଉଚ୍ଛେଦ ହେବ। ଏବେ ରାଜମହଲ ଛକ, ଆଇଜି ପାର୍କ ଓ କିଟ୍‌ ଛକରେ ସାଇକେଲ୍‌ ଟ୍ରାକ୍‌ଗୁଡ଼ିକ ଜବରଦଖଲ ହୋଇ ରହିଥିବା ଜାଣିବାକୁ ମିଳିଛି। ‌ତେଣୁ ଏଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଉଚ୍ଛେଦ କରାଯିବ। ସାଇକେଲ୍‌ ଚଲାଇବେବେଳେ ଯେପରି କୌଣସି ସମସ୍ୟା ହେବନି ସେଥିପ୍ରତି ଧ୍ୟାନ ଦେବାକୁ ବିଏସ୍‌ସିଏଲ୍‌ ପକ୍ଷରୁ ଯୋଜନା ହୋଇଛି।

ସମ୍ବନ୍ଧିତ ଖବର