ଜାଗୁଆର୍ସକୁ ହରାଇଲା ଚିତାସ୍‌, ଟାଇଗର୍ସ ୪ ଵିକେଟ୍‌ରେ ବିଜୟୀ

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା କ୍ରିକେଟ୍‌ ଲିଗ୍‌ (ଓସିଏଲ୍‌)ରେ ସୋମବାର ଓଡ଼ିଶା ଚିତାସ୍‌ ୬ ଵିକେଟ୍‌ରେ ଓଡ଼ିଶା ଜାଗୁଆର୍ସକୁ ହରାଇଛି। ଜାଗୁଆର୍ସ ଟସ୍‌ ଜିତି ବ୍ୟାଟି˚ କରିଥିଲା ବେଳେ ୫ ଵିକେଟ୍‌ ବିନିମୟରେ ୧୪୩ ରନ୍‌ ସ˚ଗ୍ରହ କରିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ କ୍ଷମାସାଗର ବଳ ଖାତା ଖୋଲିବା ପୂର୍ବରୁ ପ୍ରଥମ ଓଭରରେ ଆଉଟ ହୋଇଯିବା ପରେ ସୁନୀଲ ସାହୁ ଓ ଅଧିନାୟକ ଗିରିଜା ରାଉତ ଦ୍ବିତୀୟ ଵିକେଟ୍‌ରେ ୭୮ ରନ୍‌ ଯୋଡ଼ିଥିଲେ। ସୁନୀଲ ୪୫ ରନ୍‌ରେ ଆଉଟ କରି ରାମଚନ୍ଦ୍ର ବେହେରା ଯୋଡ଼ି ଭାଙ୍ଗିଥିଲା ବେଳେ ଅର୍ଧଶତକ କରି ବ୍ୟାଟି˚ କରୁଥିବା ଗିରିଜା (୫୧)ଙ୍କୁ ସେ ତାଙ୍କର ଦ୍ବିତୀୟ ଶିକାର କରିଥିଲେ। ସାମସୁଲ ଖାନ୍‌ ୧୮, ନିର୍ବିଶଙ୍କର ବାରିକ ୬, ଲଗ୍ନଜିତ ସାମଲ ୮*, ରାହୁଲ ଚୌଧୁରୀ ୭* ରନ୍‌ର ଯୋଗଦାନ କରିଥିଲା ବେଳେ ପ୍ରତିପକ୍ଷର ରାମଚନ୍ଦ୍ର ୩ ଓ ମନୋଜ ବାରିକ ୨ ଵିକେଟ ଅକ୍ତିଆର କରିଥିଲେ। ୧୪୪ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଚିତାସ୍‌ ୪ ଵିକେଟ ହରାଇ ୧୮.୫ ଓଭରରେ ମ୍ୟାଚ୍‌ ଜିତି ଯାଇଥିଲା। ଅଧିନାୟକ ଅନୁରାଗ ଷଡ଼ଙ୍ଗୀ ଆରମ୍ଭରୁ ନିରାଶ କରିଥିଲେ ବି ମୋରାଜୁ ପ୍ରଶାନ୍ତ ୬୦ ରନ୍‌ର ରକ୍ଷଣାତ୍ମକ ପାଳି ଖେଳିବା ସହ ଦଳକୁ ବିଜୟ ନିକଟତର କରାଇଥିଲେ। ବୋଲି˚ରେ କମାଲ୍‌ କରିଥିବା ରାମଚନ୍ଦ୍ର ବେହେରା ଅଲରାଉଣ୍ଡ ପ୍ରଦର୍ଶନ କରି ୩୬ ରନ୍‌ ସ˚ଗ୍ରହ କରିଥିଲେ। ଅଭିଷେକ ରାଉତ ୨୫* ଓ ମୋଜାକିର ଖାନ୍‌ ୧୫* ରନ୍‌ କରି ଦଳକୁ ଜିତାଇଥିଲେ। ଲଗ୍ନଜିତ ସାମଲ ୨, ମନୋଜ କାଶ୍ୟପ ଓ ଅଭିଜିତ ବାରିକ ଗୋଟିଏ ଲେଖାଏଁ ଵିକେଟ ନେଇଥିଲେ।

ସୋମବାରର ଦ୍ବିତୀୟ ମ୍ୟାଚ୍‌ରେ ଓଡ଼ିଶା ଟାଇଗର୍ସ ୪ ଵିକେଟ୍‌ରେ ଓଡ଼ିଶା ଲାୟନ୍ସକୁ ହରାଇଛି। ଓଡ଼ିଶା ଟାଇଗର୍ସ ଟସ୍‌ ଜିତି ବୋଲି˚ କରିଥିଲାବେଳେ ଲାୟନ୍ସକୁ ୧୩୨/୭ରେ ସୀମିତ ରଖିଥିଲା। ଲାୟନ୍ସ ତରଫରୁ ଶୁଭ୍ରଜ୍ୟୋତି ମିଶ୍ର ୨୪, ସ୍ବସ୍ତିକ ସାମଲ ୨୧, ରାକେଶ ପଟ୍ଟନାୟକ ୩୩, ବିକାଶ ରାଉତ ୨୪*, ନୌତମ ଭଞ୍ଜ ୧୪ ରନ୍‌ ସ˚ଗ୍ରହ କରିଥିଲେ। ରାଜକିଶନ ପଟେଲ ୨, ବି.ଶିବା, ଶେଖର ମାଝୀ, ହର୍ଷିତ ରାଥୋଡ଼ ପ୍ରତ୍ୟେକ ୧ ଵିକେଟ ଲେଖାଏଁ ନେଇଥିଲେ। ୧୩୩ରନ୍‌ର ଲକ୍ଷ୍ୟକୁ ପିଛା କରି ଟାଇଗର୍ସ ୨ବଲ୍‌ ପୂର୍ବରୁ ୬ ଵିକେଟ୍‌ ବିନିମୟରେ ମ୍ୟାଚ ଜିତିଯାଇଥିଲା। ଦଳ ପକ୍ଷରୁ ଅମିନ ଖାନ୍‌ ୬୪, ରାଜକିଶନ ପଟେଲ୍‌ (୧୫*) ଓ ସ˚ଜୟ ଦାସ (୫*) ରନ୍ କରିଥିଲେ।

ସମ୍ବନ୍ଧିତ ଖବର