ମୁମ୍ବାଇରେ ଶିଶୁ ବିକ୍ରି ରାକେଟ୍‌ର ପର୍ଦ୍ଦାଫାସ: ୯ ଗିରଫ, ୬୦ ହଜାରରୁ ଦେଢ଼ ଲକ୍ଷରେ ଶିଶୁ ବିକ୍ରି

ମୁମ୍ବାଇ: ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ୍‌ ଆଜି ଏକ ଶିଶୁ ଚୋରାଚାଲାଣ ଏବଂ ଶିଶୁ ବିକ୍ରି ରୢାକେଟ୍‌ର ପର୍ଦ୍ଦାଫାସ କରିଛି। ମାମଲାରେ ୯ ଜଣ ଗିରଫ ହୋଇଛନ୍ତି। ନବଜାତକମାନଙ୍କୁ ୬୦ ହଜାରରୁ ୩ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି। ଉକ୍ତ ମାମଲାରେ ଜଣେ ମହିଳା ଡାକ୍ତର ମଧ୍ୟ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି। ସେମାନଙ୍କୁ ଜାନୁଆରି ୨୧ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତରେ ରଖାଯିବ। ନବଜାତଙ୍କ ସମେତ ୪ରୁ ୬ ବର୍ଷ ବୟସର ଅନେକ ଶିଶୁଙ୍କୁ ମଧ୍ୟ ଏହି ରୢାକେଟ୍‌ ଚାଲାଣ କରିଥିବା ଜଣାପଡ଼ିଛି। ସମ୍ପୃକ୍ତ ଗ୍ୟାଙ୍ଗ୍‌ ଗତ ୬ ମାସ ମଧ୍ୟରେ ୪ ନବଜାତକଙ୍କୁ ବିକ୍ରି କରିଛନ୍ତି। ସେମାନଙ୍କ ବିରୋଧରେ ଆଇପିସିର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଧାରା ଅଧୀନରେ ମଧ୍ୟ ମାମଲା ରୁଜୁ ହୋଇଛି। କମ୍‌ ରୋଜଗାର ଥିବା ପରିବାରକୁ ଏକ ଏନ୍‌ଜିଓ ଦ୍ବାରା ପ୍ରଲୋଭନ ଦେଖାଇ ସେମାନଙ୍କ ଶିଶୁକୁ କିଣି ନିଆଯାଉଥିଲା ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ଅଧିକ ମୂଲ୍ୟରେ ବିକ୍ରି କରାଯାଉଥିଲା।

ତଦନ୍ତକାରୀ ପୁଲିସ ଅଧିକାରୀ ଯୋଗେଶ ସାୱନ୍ତ କହିଛନ୍ତି, ଆମେ ଜଣେ ମହିଳାଙ୍କ ନିକଟରେ ପହଞ୍ଚି ଏନେଇ ଖବର ସଂଗ୍ରହ କରିଥିଲୁ। ଉକ୍ତ ମହିଳା ଜଣଙ୍କ ତାଙ୍କର ୨ ନବଜାତ ପୁଅକୁ ବିକ୍ରି କରିଦେଇଥିଲେ। ଅନ୍ୟ ଜଣେ ମହିଳା ମଧ୍ୟ ଧାରାବୀର ଏକ ପରିବାରକୁ ତାଙ୍କ ନବଜାତ ଶିଶୁ ବିକ୍ରି କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର