କେବଳ ବି ଏଡ୍ ନୁହେଁ ,ବରଂ ଆହୁରି ଅନେକ ବିକଳ୍ପ ରହିଛି ଶିକ୍ଷାକ୍ଷେତ୍ରରେ କ୍ୟାରିଅର୍ କରିବାକୁ !
ସାଧାରଣ ଲୋକଙ୍କୁ ଶିକ୍ଷା ପ୍ରଦାନ କରିବା କ୍ଷେତ୍ରରେ ଶିକ୍ଷକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ଶିକ୍ଷା କ୍ଷେତ୍ରରେ କ୍ୟାରିଅର୍ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ପାଇଁ କିଛି ପରାମର୍ଶ.. ଆମ ଦେଶରେ ଯେଉଁଭଳି ଭାବେ ସ୍କୁଲ ଓ କଲେଜ୍ର ସଂଖ୍ୟା ବୃଦ୍ଧି ପାଇଛି, ସେହି ତୁଳନାରେ ଶିକ୍ଷକ ଓ ଅଧ୍ୟାପକମାନଙ୍କର ମଧ୍ୟ ଚାହିଦା ବୃଦ୍ଧି ପାଇଛି । ଏହି କ୍ଷେତ୍ରରେ ଏବେ ଅପାର ସମ୍ଭାବନା ଜନ୍ମ ନେଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ବି ଏଡ୍- ଶିକ୍ଷା କ୍ଷେତ୍ରରେ ବିଏଡ୍କୁ ସବୁଠାରୁ ପ୍ରମୁଖ ଡିଗ୍ରୀ ବୋଲି ଗ୍ରହଣ କରାଯାଏ । ବିଏଡି୍ କରିଲେ ମାଧ୍ୟମିକ, ଉଚ୍ଚତର ମାଧ୍ୟମିକ ଶ୍ରେଣୀରେ ଶିକ୍ଷାଦାନ କରିବାର ଯୋଗ୍ୟତା ମିଳିଥାଏ । ଏବେ ସରକାରୀ ନିୟମ ଅନୁଯାୟୀ ମାଧ୍ୟମିକ ଶ୍ରେଣୀର ଶିକ୍ଷକ ହେବା ଲାଗି ବିଏଡ୍ ହେବା ଏକାନ୍ତ ଆବଶ୍ୟକୀୟ ହୋଇପଡିଛି । ଯେକୌଣସି ଷ୍ଟ୍ରିମ୍ରେ ସ୍ନାତକ ଛାତ୍ର, ବିଏଡ୍ ପରୀକ୍ଷାରେ ଅଂଶ ଗ୍ରହଣ କରିପାରିବେ ।
ଏନ୍.ଟି ଟି- ଏନ୍.ଟି ଟିି ଅର୍ଥାତ୍ ନର୍ସରୀ ଟିଚର୍ସ ଟ୍ରେନିଂ । ଏଭଳି ପ୍ରଶିକ୍ଷଣ ନେଲେ ଜଣେ ନର୍ସରୀ ସ୍କୁଲର ଶିକ୍ଷକ ହୋଇପାରିବ । ଏହି କୋର୍ସରେ ସର୍ବନିମ୍ନ ଯୋଗ୍ୟତା ହେଲା ପ୍ଲସ ଟୁ । ବିଶେଷ ଭାବେ ମହିଳାମାନଙ୍କପାଇଁ ଏନ୍.ଟି ଟି ପ୍ରଶିକ୍ଷଣ ଭଲ ।
ଏବେ ଅସଙ୍ଗଠିତ ଟିଚିଂ ସେକ୍ଟରରେ ମଧ୍ୟ ନିଯୁକ୍ତି ସମ୍ଭାବନା ଦେଖାଗଲାଣି । ପ୍ରତିଯୋଗିତାମୂଳକ ପରୀକ୍ଷା ଗୁୁଡିକର କୋଚିଂ ପ୍ରାଇଭେଟ୍ ଟ୍ୟୁସନ୍ ବା ଅନ୍ ଲାଇନ୍ ଟ୍ୟୁସନ ଇତ୍ୟାଦି କ୍ଷେତ୍ରରେ ପ୍ରବେଶ କରି ଜଣେ ଶିକ୍ଷା ଡିଗ୍ରୀ ଧାରୀ ବ୍ୟକ୍ତି ଖୁବ୍ ଭଲ ରୋଜଗାର କରିପାରିବ । ତା’ଛଡା ଏବେ ଦେଶରେ ଲକ୍ଷ ଲକ୍ଷ ଯୁବକ ,ଯୁବତୀ କୋଚିଂ ସେଣ୍ଟର ଓ ଟ୍ୟୁସନ ମାଧ୍ୟମରେ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ।
ବି.ଟି.ସି- ପ୍ରାଥମିକ ଶିକ୍ଷା ପ୍ରତି ସରକାରଙ୍କ ଗମ୍ଭୀରତା ବୃଦ୍ଧି ପାଉଥିବା ଯୋଗୁଁ ଆଜି ବି.ଟି ସିର ସ୍କୋପ୍ ବଢିଯାଇଛି । ବି.ଟି.ସି ରେ ଉତ୍ତୀର୍ଣ୍ଣ ଯୁବକମାନଙ୍କୁ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ଶିକ୍ଷାଦାନର ସୁଯୋଗ ମିଳିଥାଏ । ଏହାଏକ ଦ୍ୱିବାର୍ଷିକ ପାଠ୍ୟକ୍ରମ, ଏଠାରେ ନ୍ୟୁନତମ ଯୋଗ୍ୟତା ହେଉଛି ସ୍ନାତକ ।
ଟି ଇ ଟି- ଟି ଇ ଟି ଅର୍ଥାତ୍ ଟିଚର୍ ଇଲିଜିବିଲିଟି ଟେଷ୍ଟ କ୍ଷେତ୍ରରେ ପ୍ରବେଶ କରିବାର ନବୀନତମ ରାସ୍ତା ।ସରକାର ଏହାକୁ ଏକ ମାନକ ଭାବେ ଗ୍ରହଣ କରିଛନ୍ତି । ଯଦି ଆପଣ ନିମ୍ନ ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ସ୍ତରରେ ଶିକ୍ଷକ କ୍ୟାରିଅର କରିବାକୁ ଚାହାଁନ୍ତି, ତେବେ ଟି ଇ ଟି କ୍ୱାଲିଫାଇ କରିବା ଅନିବାର୍ଯ୍ୟ ଅଟେ । ରାଜ୍ୟସ୍ତରରେ ଏହି ପରୀକ୍ଷା ଭିନ୍ନ ଭିନ୍ନ ଭାବେ ଆୟୋଜିତ ହୋଇଥାଏ ।
ୟୁଜିସି,ନେଟ୍,ଏମ୍.ଫିଲ୍ – ଉଚ୍ଚତମ ଶ୍ରେଣୀମାନଙ୍କରେ ଅଧ୍ୟାପନା କରିବାକୁ ଚାହୁଁଥିଲେ ଆପଣଙ୍କୁ ୟୁଜିିସି ନେଟ୍, ଏମ୍ ଫିଲ୍ କିମ୍ବା ପି ଏଚ୍ ଡି ଯୋଗ୍ୟତା ହାସଲ କରିବାକୁ ପଡିବ । ଉପରୋକ୍ତ ଡିଗ୍ରୀ ହାସଲ କରିବା ପରେ ଆପଣ ଡିଗ୍ରୀ କଲେଜରେ ରିଡର୍, ଲେକ୍ଚରର ଓ ପ୍ରଫେସର୍ ପଦବୀରେ ନିଯୁକ୍ତ ହୋଇପାରନ୍ତି ।
ଅସଙ୍ଗଠିତ କ୍ଷେତ୍ର- ଏହି କ୍ଷେତ୍ରରେ କ୍ୟାରିଅର୍ କରିବା ଲାଗି କେବଳ ସ୍କୁଲ୍, କଲେଜ୍ ରେ ଅଧ୍ୟାପକ ହେବା ବା ବି.ଏଡ୍ ଶିକ୍ଷକ ହେବା ନୁହେଁ । ଏବେ ଅସଙ୍ଗଠିତ ଟିଚିଂ ସେକ୍ଟରରେ ମଧ୍ୟ ନିଯୁକ୍ତି ସମ୍ଭାବନା ଦେଖାଗଲାଣି । ପ୍ରତିଯୋଗିତାମୂଳକ ପରୀକ୍ଷା ଗୁୁଡିକର କୋଚିଂ ପ୍ରାଇଭେଟ୍ ଟ୍ୟୁସନ୍ ବା ଅନ୍ ଲାଇନ୍ ଟ୍ୟୁସନ ଇତ୍ୟାଦି କ୍ଷେତ୍ରରେ ପ୍ରବେଶ କରି ଜଣେ ଶିକ୍ଷା ଡିଗ୍ରୀ ଧାରୀ ବ୍ୟକ୍ତି ଖୁବ୍ ଭଲ ରୋଜଗାର କରିପାରିବ । ତା’ଛଡା ଏବେ ଦେଶରେ ଲକ୍ଷ ଲକ୍ଷ ଯୁବକ ,ଯୁବତୀ କୋଚିଂ ସେଣ୍ଟର ଓ ଟ୍ୟୁସନ ମାଧ୍ୟମରେ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ।