କଟକ: କୁମ୍ଭମେଳାରୁ ଫେରିଥିବା କଟକର ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ଖବର ମିଳିଛି। ୩୦ଟି ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୧୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଟକ ରେଳ ଷ୍ଟେସନରେ ଯାଞ୍ଚ ବେଳେ ପଜିଟିଭ୍ ଚିହ୍ନଟ ହୋଇଥିବା କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କୁମ୍ଭମେଳାକୁ ଯାଇଥିବା ଲୋକଙ୍କୁ ନେଇ ରାଜ୍ୟ ସରକାର ପୂର୍ବରୁ ଚିନ୍ତା ପ୍ରକଟ କରିଥିଲେ। ରାଜ୍ୟକୁ ଫେରିବା ପାଇଁ କରୋନାର ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଥିଲା। ଆଉ ଏବେ କୁମ୍ଭ ମେଳାରୁ ଫେରିଥିବା ୩୦ଜଣ ଲୋକଙ୍କ ମଧ୍ୟରୁ ୧୩ଜଣ ଲୋକ କରୋନା ପଜିଟିଭ୍ ଆସିବା, ନିହାତି ଭାବେ ଚିନ୍ତାଜନକ ବିଷୟ।